Latest Odisha News

ଭୟଙ୍କର ଅଗ୍ମିକାଣ୍ଡ: ଜଳିଗଲା ୧୨ ମହଲା କୋଠା, ୬୬ ମୃତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ତୁର୍କିର ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ଭୟଙ୍କ ନିଆଁ ଲାଗିଛି । ଏଥିରେ ୬୬ ଜଣଙ୍କର ମୃତ୍ୟୁ ହୋଇଛ । ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି, ବୋଲୁ ପ୍ରଦେଶର କର୍ତ୍ତଲକାୟା ରିସୋର୍ଟରେ ଏହି ଅଘଟଣ ଘଟିଛି ।

ସୋମବାର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଯେଉଁଥିରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ମହଲା ବିଶିଷ୍ଟ ଏହି ହୋଟେଲ ସଂପୂର୍ଣ୍ଣ କାଠରେ ତିଆରି ହୋଇଥିଲା। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଓ ବେଡସିଟ୍ ସହାୟତାରେ ଝରକା ବାଟେ ଡେଇଁ ପଡ଼ିଥିଲେ । ତଳେ ଖସିପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ବେଳେ ୨୩୮ ଜଣ ପର୍ଯ୍ୟଟକ ଏହି ହୋଟେଲ ଥିବା ସୂଚନା ମିଳିଛି ।

ଏନେଇ ତୁର୍କି ରାଷ୍ଟ୍ରପତି ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି ଦୁଃଖର ବିଷୟ ଯେ ଆଜି ଆମର ଅନେକ ଭାଇ-ଭଉଣୀଙ୍କୁ ହରେଇଲୁ । ଘଟଣାର ସବୁ ଦିଗ ଉପରେ ତଦନ୍ତ ହେବ । ବର୍ତ୍ତମାନ ଘଟଣାସ୍ଥଳରେ ୩୦ ଅଗ୍ମିସମ ଗାଡ଼ି ଓ ୨୮ ଟି ଆମ୍ୱୁଲାନ୍ସ ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି ।

Comments are closed.