Latest Odisha News

BREAKING NEWS

ଏଣିକି ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର୍‌

ଭୁବନେଶ୍ୱର: ଦୀର୍ଘଦିନର କରୋନା କଟକଣା ପରେ ଏବେ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କେବଳ ପାର୍ସଲ ନେବାର ଅନୁମତି ଥିବା ବେଳେ ବର୍ତ୍ତମାନ ଗ୍ରାହକ ରେଷ୍ଟୁରାଷ୍ଟ ଓ ହୋଟେଲରେ ବସି ଖାଇପାରିବେ ।

ଓଡିଶାର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଅନଲକ୍‌-୪ ଗାଇଡଲାଇନ ଅନୁସାରେ ଖୋଲିବାକୁ ଚିଠି ଜାରି କରିଛି ଓଡିଶା ପର୍ଯ୍ୟଟନ ବିଭାଗ । । ତେବେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏକ ସମୟରେ କେତେ ଲୋକ ବସିବେ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

କଣ୍ଟେନମେଣ୍ଟ ଘୋଷଣା ଅଂଚଳରେ ସ୍ଥାନୀୟ ଅଧିକାରୀ ସେଠାକାର ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ କି ନାଇ ସେ ନେଇ ନିଷ୍ପତ୍ତି ନେବେ ।

Leave A Reply

Your email address will not be published.