Latest Odisha News

BREAKING NEWS

ପୂର୍ବତନ ପୋଲିସ ଡିଜି ଷ୍ଟିଲ କମ୍ପାନୀର ଆଡମିନ୍ ମୁଖ୍ୟ ଭାବେ ଯୋଗ ଦେଲେ

ଝାରସୁଗୁଡା: ପୂର୍ବତନ ପୋଲିସ ଡିଜି କେ. ବି. ସିଂହ ଭୂଷଣ ପାଓା୍ୱର ଆଣ୍ଡ ଷ୍ଟିଲର ଆଡମିନ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି । ସେ ଉଭୟ ଝାରସୁଗୁଡା ଓ ଦିଲ୍ଲୀ ପାଇଁ କାମ କରିବେ ।

କେ. ବି. ସିଂହ ଭୂଷଣ କମ୍ପାନୀରେ ପ୍ଲାଣ୍ଟ ଆଡମିନିଷ୍ଟ୍ରେସନ, ସୁରକ୍ଷା ଓ ଭିଜିଲାନ୍ସ, ଆଇନ ଆଦି ବିଭାଗ ଦାୟିତ୍ୱରେ ରହିବେ ।

୧୯୮୫ ବ୍ୟାଚ୍ ଆଇପିଏସ୍ ଅଫିସର କେ. ବି. ସିଂହ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ । ଏହା ପୂର୍ବରୁ ସେ ବିଭିନ୍ନ ଜିଲ୍ଲାରେ ଏସପି, ଭିଜିଲାନ୍ସ ବିଭାଗ ତଥା ଓଏସ୍‌ଆରଟିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।

Leave A Reply

Your email address will not be published.