Latest Odisha News

ରାଜକୀୟ ଢଙ୍ଗରେ ଦେଶର ‘ରତ୍ନ’ଙ୍କର ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପରଲୋକରେ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା । ଗତକାଲି ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଆଇସିୟୁରେ ଥିଲେ। ଟାଟା କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ରତନ ଟାଟାଙ୍କ ବିୟୋଗ ବାବଦରେ ସ୍ପଷ୍ଟୀକରଣ ରଖାଯାଇଛି । ବୟସାଧିକ କାରଣରୁ ୮୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟା ।

ହସ୍ପିଟାଲରୁ ରତନ ଟାଟାଙ୍କ ପ୍ରାର୍ଥିବ ଶରୀର କୋଲାବାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ଅପରାହ୍ନ ୩.୩୦ରେ ଆଜି ରାଜକୀୟ ଢଙ୍ଗରେ ମୁମ୍ବାଇର ୱର୍ଲି ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ରତନ ଟାଟାଙ୍କ ପ୍ରାର୍ଥିବ ଶରୀରକୁ ଆଜି ସକାଳ ୧୦.୩୦ରେ ଏନସିପିଏ ଲେନ୍, ନରିମାନ ପଏଣ୍ଟ ମୁମ୍ବାଇକୁ ନିଆଯିବ । ସେଠାରେ ସାଧାରଣ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାର ବ୍ୟବସ୍ଥା କରାଯାଇଛି । ଟାଟା ଗ୍ରୁପ୍ ଏକ ପ୍ରେସ ବିଜ୍ଞପ୍ତି ଜାରି ଏନେଇ ସୂଚନା ଦେଇଛି । ଅନ୍ୟପଟେ ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯିବ ।

୨୮ ଡିସେମ୍ବର ୧୯୩୭ରେ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା । ସେ ଟାଟା ଗ୍ରୁପ୍ ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କ ନାତି । ୧୯୬୧ରେ ଟାଟା ଗ୍ରୁପ୍‌ରେ ଯୋଗଦାନ କରିବା ପରେ ୧୯୯୦ରୁ ୨୦୧୨ ପର୍ଯ୍ୟନ୍ତ ସେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଥିଲେ । ୨୧ ବର୍ଷ ପର୍ଯ୍ୟନ୍ତ ସେ ଟାଟା ଗ୍ରୁପ୍‌ର ନେତୃତ୍ବ ନେଇଥିଲେ । ଅଧିଗ୍ରହଣ ମାଧ୍ୟମରେ ଟାଟାର ବିଶ୍ୱସ୍ତରୀୟ ଉପସ୍ଥିତି ବିସ୍ତାର କରିବାରେ ରତନ ଟାଟାଙ୍କର ବିଶେଷ ଯୋଗଦାନ ରହିଛି ।

Leave A Reply

Your email address will not be published.