ଭୁବନେଶ୍ବର : ଆଉ କିଛି ଦିନ ପରେ କମିବା ଆଳୁ ଦର। ଆଳୁ ଦର ବୃଦ୍ଧି ସମସ୍ଯାରୁ ମୁକ୍ତି ପାଇବେ ରାଜ୍ୟବାସୀ। ଏକଥା ଆମେ କହୁନୁ। ଏକଥା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।। ସେ କହିଛନ୍ତି, ଅପେକ୍ଷା କରନ୍ତୁ, ଆଉ କିଛି ଦିନର ପରେ ଆଳୁ ଦର କମିଯିବ।
ସେ କହିଛନ୍ତି, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ। ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସି ତିଆରି କରିବୁ। ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା। ଆମେ ଆଳୁ ପାଇଁ କାହା ପାଖରେ ହାତ ପତାଇବାକୁ ଚାହୁଁନାହୁଁ।
ମନ୍ତ୍ରୀ ଆହୁରି କହିଛନ୍ତି, ଅଧିକାଂଶ ମଣ୍ଡିରେ ଧାନ ସଂଗ୍ରହ ଠିକ୍ଠାକ୍ ଚାଲିଛି । କେତେକ ସ୍ଥାନରେ ଅସୁବିଧା ହେଉଥିବା ଖବର ସାମ୍ନାକୁ ଆସିଛି । ଲୋକଙ୍କୁ କିଛି ନେତା ଉସକାଉଥିବା କହିଛନ୍ତି। ଯେକୌଣସି ଧାନ ଆଣିଲେ ୩୧ଶହ ଟଙ୍କା ଦେବାକୁ ପଡିବ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି। ଚାଷୀଙ୍କୁ FAQ ମାନର ଧାନ ଆଣିବାକୁ ଅନୁରୋଧ କରିଛନ୍ତି ଯୋଗାଣ ମନ୍ତ୍ରୀ। ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହୋଇଥିଲେ ବି ଆମେ ସେ ଧାନକୁ ନେବୁ। କିନ୍ତୁ ବେଶୀ ଖରାପ ହୋଇଥିଲେ ଗ୍ରହଣ କରାଯିବନି। ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ମେଟ୍ରିକ ଟନ୍ ଧାନ ପାଇଁ ଟଙ୍କା ଦିଆ ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି।