ଭୁବନେଶ୍ୱର: ରଥଯାତ୍ରା ନେଇ ସରକାର ପୁନଃବିଚାର କରିବା ଉଚିତ କି । ଆଜି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଭିତରେ ରଥଯାତ୍ରା କରିହେବ । ସଟଡାଉନ୍ କରି ସ୍ନାନ ଯାତ୍ରା ଭଳି ରଥଯାତ୍ରା କରନ୍ତୁ ସରକାର ।
ସେପଟେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି ଯେ, ମନ୍ଦିର ପରିଚାଳନା କମିଟି କଣ କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ବହୁତ କ୍ଷତି ହେବ । ମୁସଲମାଲ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ସମସ୍ତ ପର୍ବପର୍ବାଣୀ ବନ୍ଦ କରାଯାଇଛି । ତେଣୁ ରଥଯାତ୍ରା ହେଲେ ନକରାତ୍ମକ ସନ୍ଦେଶ ସାରି ବିଶ୍ୱକୁ ଯିବ ।
ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡେଇ ପ୍ରସଙ୍ଗ ଉପରେ ମତ ରଖି ସ୍ପଷ୍ଟ କରିଛନ୍ତି ଯେ, ଯିଏ ଯାହା କୁହନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନିବାକୁ ପଡିବ । ବର୍ତ୍ତମାନ ପୁଣି ଥରେ ବଲ୍ ସୁପ୍ରିମକୋର୍ଟ ପାଖରେ ରହିଛି । ମୋଡିଫିକେସନର ରାୟ ଆସିବା ପରେ ଜଣାପଡିବ ସୁପ୍ରିମକୋର୍ଟ ପୁନଃବିଚାର କରୁଛନ୍ତି କି ନାହିଁ । ଏବେ ତର୍ଜମା ଚାଲିଛି ଯେ, ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଅନୁସାରେ କେମିତି ମହାପ୍ରଭୁଙ୍କ ରୀତିନୀତି ପାଳନ ହେବ ।
BREAKING NEWS
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
Comments are closed.