ଭୁବନେଶ୍ୱର: ରଥଯାତ୍ରା ନେଇ ସରକାର ପୁନଃବିଚାର କରିବା ଉଚିତ କି । ଆଜି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଭିତରେ ରଥଯାତ୍ରା କରିହେବ । ସଟଡାଉନ୍ କରି ସ୍ନାନ ଯାତ୍ରା ଭଳି ରଥଯାତ୍ରା କରନ୍ତୁ ସରକାର ।
ସେପଟେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି ଯେ, ମନ୍ଦିର ପରିଚାଳନା କମିଟି କଣ କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ବହୁତ କ୍ଷତି ହେବ । ମୁସଲମାଲ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ସମସ୍ତ ପର୍ବପର୍ବାଣୀ ବନ୍ଦ କରାଯାଇଛି । ତେଣୁ ରଥଯାତ୍ରା ହେଲେ ନକରାତ୍ମକ ସନ୍ଦେଶ ସାରି ବିଶ୍ୱକୁ ଯିବ ।
ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡେଇ ପ୍ରସଙ୍ଗ ଉପରେ ମତ ରଖି ସ୍ପଷ୍ଟ କରିଛନ୍ତି ଯେ, ଯିଏ ଯାହା କୁହନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନିବାକୁ ପଡିବ । ବର୍ତ୍ତମାନ ପୁଣି ଥରେ ବଲ୍ ସୁପ୍ରିମକୋର୍ଟ ପାଖରେ ରହିଛି । ମୋଡିଫିକେସନର ରାୟ ଆସିବା ପରେ ଜଣାପଡିବ ସୁପ୍ରିମକୋର୍ଟ ପୁନଃବିଚାର କରୁଛନ୍ତି କି ନାହିଁ । ଏବେ ତର୍ଜମା ଚାଲିଛି ଯେ, ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଅନୁସାରେ କେମିତି ମହାପ୍ରଭୁଙ୍କ ରୀତିନୀତି ପାଳନ ହେବ ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.