ଭୁବନେଶ୍ୱର: ପୁରୀ ରଥ ଯାତ୍ରା ଏବଂ ଶ୍ରୀଜୀଉମାନଙ୍କର ପହଣ୍ଡିରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଯଦି କୌଣସି କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରନ୍ତି, ତାହେଲେ ଓଡ଼ିଶା ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଗତ ମଙ୍ଗଳବାର ଦିନ ରଥ ଯାତ୍ରା ଏବଂ ଶ୍ରୀଜୀଉଙ୍କ ପହଣ୍ଡି ସମୟରେ କିଛି କର୍ମଚାରୀ କୋଭିଡ -୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ପୁରୀର ଜିଲ୍ଲା ପ୍ରଶାସନକୁ ସିସିଟିଭି ଫୁଟେଜ ମାଗିଛନ୍ତି । ଯାହାଫଳରେ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
ରଥ ନିକଟରେ କୌଣସି ପ୍ରକାର ଅବହେଳା ହେଲେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
Comments are closed.