Latest Odisha News

BREAKING NEWS

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪: ପୁରୀ ଟାଉନ ହଲ୍ ରେ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ପାଇଁ ପୁରୀରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସମନ୍ବୟ ବୈଠକ । ପୁରୀ ଟାଉନ ହଲ୍ ଠାରେ କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହି ବୈଠକରେ ସାମିଲ୍ ହୋଇଥିଲେ ।

ଚଳିତ ବର୍ଷ ରଥଯାତ୍ରାକୁ କିଭଳି ସଫଳତାର ସହ ଆୟୋଜନ କରାଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ରଥଯାତ୍ରାରେ 15 ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶନାର୍ଥୀ ଏବଂ ଭକ୍ତମାନଙ୍କର ସମାଗମ ହେବାର ଆଶା କରାଯାଉଛି । ତେଣୁ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.