ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲାର ପୁନଃବିଚାର ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ କମିଶନର ସଂଜୀବ କୁମାର ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଗଜପତି ମହାରାଜଙ୍କ ପରାମର୍ଶ ଅନୁଯାୟୀ ବିନା ଜନସମାଗମରେ ନିୟନ୍ତ୍ରିତ ଭାବରେ କେବଳ ପୁରୀରେ ରଥଯାତ୍ରା ଆୟୋଜନ କରାଗଲେ ରାଜ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ଉଲ୍ଲେଖ କରାଯାଇଛି ।
ଏଥି ସହିତ ରାଜ୍ୟର ବିଭିନ୍ନ ଅଂଚଳରେ ହଜାର ହଜାର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ବର୍ତ୍ତମାନ ସମ୍ଭାବ୍ୟ କରୋନା ସଂକ୍ରମଣ ଦୃଷ୍ଟିରୁ ଏବଂ ରାଜ୍ୟକୁ ଫେରିଥିବା ୫ ଲକ୍ଷରୁ ଅଧିକ ପ୍ରବାସୀଙ୍କ ଆଖିରେ ରଖି ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।
Comments are closed.