Latest Odisha News

BREAKING NEWS

ବାଣୀବିହାରରେ ବାଲି ରଥ, ପୂଜା ପାଇଲେ ତିନି ଠାକୁର

ଭୁବନେଶ୍ୱର: କରୋନା କଟକଣା ଭିତରେ ପୁରୀରେ ରଥଯାତ୍ରା ହୋଇଛି । ତେବେ ଅନ୍ୟ ସବୁ ସ୍ଥାନରେ କଟକଣା ଜାରି ରହିଛି । ପୁରୀକୁ ଛାଡିଦେଲେ ଆଉ କେଉଁ ସ୍ଥାନରେ ମଧ୍ୟ ରଥ ଗଡିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏହି କଟକଣା ଭିତରେ ଭୁବନେଶ୍ୱର ବାଣୀବିହାରରେ ତିଆରି ହୋଇଛି ଏକ ନିଆରା ରଥ । ଏଠାରେ ବାଲିରେ ରଥ ତିଆରି କରାଯାଇଛି । ବାଲି ଓ ରଙ୍ଗ ବେରଙ୍ଗର ମୁରୁଜରେ ଅତି ସୁନ୍ଦର ଭାବେ ରଥ ତିଆରି କରାଯାଇଛି । ଏହି ବାଲି ରଥରେ ବସିଛନ୍ତି ତିନି ଠାକୁର । ବଣୀବିହାର କ୍ୟାମ୍ପସ ଭିତରେ ଥିବା ଜଗନ୍ନାଥ ମନ୍ଦିରରେ ଅତି ସୁନ୍ଦର ଭାବେ ବାଲିରେ ରଥ ତିଆରି କରି ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଛି । ସେଠାରେ ସମସ୍ତ ନୀତିକାନ୍ତିର ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା କରାଯାଇଛି ।

Leave A Reply

Your email address will not be published.