Latest Odisha News

ପିପିଲିକୁ ଆଜି ଗଡ଼ିବନି ମୋ ବସ୍

ଭୁବନେଶ୍ବର: ପୁରୀ ଜିଲ୍ଲା ସଟଡାଉନ୍ ହୋଇଥିବାରୁ ଆଜି ଭୁବନେଶ୍ବରରୁ ପିପିଲିକୁ ଆରମ୍ଭ ହେବ ନାହିଁ ମୋ ବସ ସେବା । ଏହାକୁ ସ୍ଥଗିତ ରଖାଯାଇଛି । ଆଜିଠାରୁ ଭୁବନେଶ୍ବର-ପିପିଲି ଭିତରେ ମୋ ବସ୍ ଚଳାଚଳ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ସର୍ତ୍ତମୂଳକ ଓ କଟକଣା ଯୁକ୍ତ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସରକାର ସଟଡାଉନ୍ ଘୋଷଣା କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ଏହି ଦୁଇ ସହର ଭିତରେ ଆରମ୍ଭ ହେବାକୁ ଥିବା ମୋ ବସ ସେବାକୁ ବନ୍ଦ ରଖିଛି । ୩୩ ନମ୍ବର ନୂଆ ରୁଟ୍ ଭୁବନେଶ୍ବର ରେଲଓ୍ବେ ଷ୍ଟେସନରୁ ପିପିଲିକୁ ସଂଯୋଗ କରିବ । ଆଜି ପ୍ରଥମ ବସ୍ ସକାଳ ୭ଟାରେ ଛାଡ଼ିବାର ଥିଲା ।

Leave A Reply

Your email address will not be published.