ଭୁବନେଶ୍ବର: ରାଜ୍ୟରେ ଏବେ ରାସନକାର୍ଡରେ ଇ-କେଓ୍ବାଇସି ଚାଲିଥିବା ବେଳେ ଏବେ ବି ଅନେକ ହିତାଧିକାରୀ ନିଜର ଇ-କେଓ୍ବାଇସି ଅପଡେଟ୍ କରିନଥିବା ଜଣାପଡିଛି । ଏନେଇ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଅବଧି ତାରିଖ ଘୁଞ୍ଚାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ ଇକେଓ୍ବାଇସି । ଏବେ ବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି ।
ଯାହାକୁ ନେଇ ଏବେ କଠୋର ହୋଇଛନ୍ତି ସରକାର । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଫେବୃଆରୀ ୧୫ପରେ ଆଉ ଇ-କେୱାଇସି ଅବଧି ବଢ଼ାଯିବ ନାହିଁ । ତେଣୁ ଏବେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ କରାଇନିଅନ୍ତୁ । ନହେଲେ ଦିଆଯାଇଥିବା ଅବଧି ପରେ ଇ-କେୱାଇସି ହୋଇ ନଥିବା କାର୍ଡଗୁଡ଼ିକ ସରେଣ୍ଡର କରାଗଲା ବୋଲି ଧରିନିଆଯିବ । ଯେଉଁ କାର୍ଡଗୁଡିକର ଇ-କେଓ୍ବାଇସି ହୋଇନଥିବ, ସେହି କାର୍ଡଗୁଡ଼ିକୁ କାଟି ଦିଆଯିବ । ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ସମସ୍ତ ଅଯୋଗ୍ୟ ହିତାଧିକାରୀମାନେ ରାସନ୍ କାର୍ଡ ଯଥା ଶୀଘ୍ର ଫେରାଇଦିଅନ୍ତୁ । ଯଦି ସେମାନେ କାର୍ଡ ନ ଫେରାଇବେ ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.