Latest Odisha News

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଚାବି ଉପସ୍ଥାପନ ହୋଇପାରିନି ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ଵନାଥ ରଥ । ତେବେ ଚାବି କାମ କରୁ ବା ନକରୁ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ।

ତେବେ ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ। ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ଚାବି କାମ କରୁ ବା ନକରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ।

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ତେବେ ଏନେଇ ଭକ୍ତମାନେ ଆମକୁ ସହଯୋଗ କରିବେ ଆଶା ଅଛି ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ।

Comments are closed.