Latest Odisha News

ରତ୍ନଭଣ୍ଡାର ଶୀଘ୍ର ଖୋଲିବ, ଯଦି ଗଡ଼ବଡ଼ ଥିବ ଦୋଷୀକୁ ଦଣ୍ଡ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ । ଆଉ ଗଣତି ହେବ।

ଯଦି କିଛି ଗଡ଼ବଡ଼ି ହୋଇଥାଏ ଦୋଷୀକୁ ଦଣ୍ଡ ବିଧାନ କରାଯିବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପାତାଳରେ ଥିଲେ ବି ଖୋଜି ବାହାର କରି ଦଣ୍ଡବିଧାନ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ। କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରି ସେତେବେଳେର ବିଜେଡି ସରକାରକୁ ବାରମ୍ବାର ଆକ୍ରମଣ କରିଥିଲେ ବିଜେପି ନେତା । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି । ୨୦ ବିଜେପି ସାଂସଦ ଓ ୭୮ ବିଧାୟକ ସମ୍ବର୍ଦ୍ଧନାରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.