Latest Odisha News

ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଭୁବନେଶ୍ୱର: ୨ ବର୍ଷ ପରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସରିବ ଶାରଦୀୟ ଦୁର୍ଗା ପୂଜାର ଭବ୍ୟ ଉତ୍ସବ । ଆଜି ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ଉତ୍ସବ ଅନୁଷ୍ଠିତ ହେବ ।

ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡ଼ି । ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ପାଇଁ ଅଗ୍ନିଶମ ବିଭାଗ ଅନୁମତି ପ୍ରଦାନ କରିଛି । ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଓ ପାହଳରେ ରାବଣ ପୋଡ଼ି କରାଯିବ ।

ଏଥିପାଇଁ ବରମୁଣ୍ଡାରେ ୪୫ରୁ ୫୫ ଫୁଟର ରାବଣ ତିଆରି କରାଯାଇଛି । ରାତି ୮ଟାରୁ ୮ଟା ୩୦ ମଧ୍ୟରେ ଏଠାରେ ରାବଣ ଦହନ କରାଯିବ । ସେହିଭଳି ଝାରପଡ଼ାରେ ତିଆରି ହୋଇଛି ୫୦ ଫୁଟର ରାବଣ । ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପରେ ଭଳିକି ଭଳି ଆତସବାଜୀ ଲାଗି ରହିବ ।

ବାଣ ଲାଗି କମିଶନରେଟ ପୋଲିସ ଟ୍ରାଫିକ୍ କଟକଣା ଜାରି କରିଛି । କଟକରୁ ଜାତୀୟ ରାଜପଥ ୧୬ ଦେଇ ଆସୁଥିବା ଗାଡ଼ି ଗୁଡ଼ିକ ଜୟଦେବ ବିହାରରୁ ସିଆରପି ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ୍, ୟୁନିଟ୍-୮ ଡିଏଭି ଦେଇ ଯିବ ।

Comments are closed.