Latest Odisha News

BREAKING NEWS

ଡିଜିଟାଲ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଭିନେତ୍ରୀ ରବୀନା ଟଣ୍ଡନ

ନୂଆଦିଲ୍ଲୀ: ଏକ ଅଲୌକିକ ଅପରାଧ ଥ୍ରୀଲର ଚଳଚ୍ଚିତ୍ର ‘ଅରନ୍ୟକ୍‌’ ସହିତ ନେଟଫ୍ଲିକ୍ସର ପାଦ ଥାପିବେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ। ସେ ତାଙ୍କ ୱେବ୍ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି।

‘ଅରନ୍ୟକ୍‌’ରେ ତାଙ୍କ ଚରିତ୍ର ବିଷୟରେ ରବୀନା କହିଛନ୍ତି ଯେ, ‘ଅରନ୍ୟକ୍‌’ ହିମାଚଳ ଉପରେ ଆଧାରିତ ଏକ ରହସ୍ୟମୟ କାହାଣୀ। ମୋ ଚରିତ୍ରର ନାମ ହେଉଛି କସ୍ତୁରୀ ଡୋଗ୍ରା। କସ୍ତୁରୀ ଅନେକ ମହିଳାଙ୍କ ପରି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନିୟନ୍ତ୍ରଣ କରିବାକୁ ସଂଘର୍ଷ କରନ୍ତି। ଏଭଳି ଏକ ସଂଘର୍ଷମୟ କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି।

ଏହି ଚଳଚ୍ଚିତ୍ରରେ ପରମବ୍ରତ ଚାଟାର୍ଜୀ, ଆଶୁତୋଷ ରାଣା, ଜାକିର ହୁସେନ୍ ଏବଂ ମେଗ୍ନା‌ ମଲିକ୍ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.