Latest Odisha News

BREAKING NEWS

ରେଭେନ୍ସା କଲେଜ ନାମ ପରିବର୍ତ୍ତନରେ ଭର୍ତ୍ତୃହରିଙ୍କ ଛୁଙ୍କ: କହିଲେ କିଛି ଅସୁବିଧା ନାହିଁ…

କଟକ: ଏବେ ଜୋରଦାର ତେଜିବାରେ ଲାଗିଛି ରେଭେନ୍ସା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଉକ୍ତି ଏବେ ପୂରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ଯୁକ୍ତି ବାଢୁଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ । କିଏ ଏହାର ସପକ୍ଷରେ ତ କିଏ ଏହାର ବିପକ୍ଷରେ । ଏହାରି ଭିତରେ ଏହି ଜଳୁଥିବା ବହ୍ନିରେ ଏବେ ଜୋରଦାର ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଏନେଇ ପୂର୍ବରୁ ସେ ପ୍ରଜାତନ୍ତ୍ର ଖବରକାଗଜରେ ଏକ ଆଲେଖ୍ୟ ଲେଖି ସମାଲୋଚିତ ହୋଇଥିବା ବେଳେ ଏବେ ଖୋଲା ଖୋଲି ଭାବେ ଏହି ପ୍ରସଙ୍ଗକୁ ନିଜର ସମର୍ଥନ ଜଣାଇଛନ୍ତି । ଏନେଇ ଭର୍ତ୍ତୃହରି କହିଛନ୍ତି, ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ  । ଏନେଇ ୭୭ ମସିହାରୁ କୁହାହୋଇଆସୁଛି, ୮୦ ମସିହାରେ ଏନେଇ ଲେଖା ବି ଲେଖିଛି । ରେଭେନ୍ସାର ନାଁ ପରିବର୍ତ୍ତନ କରିବା ପାଇଁ ୧୯୪୯ ମସିହା ପରଠାରୁ ଦାବି ବି ହୋଇଆସୁଛି । ଓଡିଶା ବିଧାନସଭାରେ ବି ଏନେଇ କଥା ଉଠିଛି । ପରବର୍ତ୍ତୀ ସମୟରେ ଛାତ୍ରମାନେ ମଧ୍ୟ ଏଥିପାଇଁ ଆନ୍ଦୋଳନ କରିଛନ୍ତି ଆଉ ରାଜନେତା ବି ସମର୍ଥନ ଜଣାଇଛନ୍ତି । ଓଡ଼ିଆ ଜାତିର ଅନୁଦାନରେ ନିର୍ମିତ ଶିକ୍ଷାନୁଷ୍ଠାନ ନାଁ କାହିଁକି ଇଂରେଜ ନାମରେ ରହିବ ବୋଲି ପ୍ରା୍‌ନ କରିଛନ୍ତି ଭର୍ତ୍ତୃହରି । ଏଥିସହିତ ଭର୍ତ୍ତୃହରି ଏହାବି କହିଛନ୍ତି, ନାମ ପରିବର୍ତ୍ତନ ନିଷ୍ପତ୍ତି ସରକାର ନେବେ, ଏନେଇ ସେ କୌଣସି ଆକ୍ଷେପ କରିନାହାନ୍ତି ଖାଲି ବିତର୍କରେ ସାମିଲ ହୋଇଛନ୍ତି  । ତେଣୁ ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି । ଯାହାକୁ ନେଇ ଏବେ ତେଜିଛି ବିବାଦ ।

ସେପଟେ ରେଭେନ୍ସାର ନାଁ ବଦଳାଇ ଏହାକୁ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ କରାଯାଉ ବୋଲି ଯୁକ୍ତି ବାଢିଛନ୍ତି ସାହିତ୍ୟିକ ହରପ୍ରସାଦ ଦାସ । ସେ କହିଛନ୍ତି, ମୋର ପ୍ରସ୍ତାବ ରେଭେନ୍ସା ନାଁ ବଦଳୁ, ସରକାର ଚାହିଁଲେ ଏହା ବଦଳାଇ ପାରିବେ । ଗଜପତି କପିଳେନ୍ଦ୍ର ଦେବଙ୍କୁ ଆମେ କୌଣସି ଶ୍ରେୟ ଦେଇନୁ, ଆମେ କୃତଘ୍ନ । ତେଣୁ ରେଭେନ୍ସାର ବିଶ୍ବବିଦ୍ୟାଳୟ ବଦଳାଯାଇ ଗଜପତି କପିଳେନ୍ଦ୍ର ଦେବ ବିଶ୍ବବିଦ୍ୟାଳୟ ହେଲେ ଭଲ ହେବ ବୋଲି କହିଛନ୍ତି ସାହିତ୍ୟିକ ହରପ୍ରସାଦ ଦାସ ।

Comments are closed.