କଟକ: ରେଭେନସା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। କାରଣ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଅଭିଯୋଗ କରି ହଷ୍ଟେଲ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୁରୁବାର କ୍ରୋଧିତ ଛାତ୍ରମାନଙ୍କ ପ୍ରତିବାଦ ଉପକୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଜାରି ରହିଥିଲା। କ୍ୟାମ୍ପସରେ ବାହାର ଲୋକଙ୍କ ପ୍ରବେଶ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଦାବି କରି ପ୍ରଦର୍ଶନକାରୀମାନେ ଧାରଣା ଦେଇଛନ୍ତି।
ବିଶ୍ବବିଦ୍ୟାଳୟ ପରିସରରେ ଅନେକ ସମୟରେ ଅଣଛାତ୍ର ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏହାସହ ଛାତ୍ର ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିଲାମାନେ। ବିଶୃଙ୍ଖଳା କରୁଥିବା ଓ ମାଡ଼ ମାରିଥିବା ଅଣଛାତ୍ର ମାନଙ୍କୁ ଗିରଫ କରିବା ଦାବି କରାଯାଇଛି।
ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ବାହାର ଲୋକଙ୍କ ଏକ ଗୋଷ୍ଠୀ ହଷ୍ଟେଲ ପରିସରରେ ପ୍ରବେଶ କରି କିଛି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଘଟଣା ବିଷୟରେ ସୂଚନା ପାଇଥିଲେ ମଧ୍ୟ ପୋଲିସ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ଗିରଫ କରାନଗଲେ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ପ୍ରତିବାଦ କରୁଥିବା ଛାତ୍ର।
Comments are closed.