Latest Odisha News

BREAKING NEWS

ବିଦେଶରେ ଟି୨୦ ଲିଗ ଖେଳିବେ ରବିଚନ୍ଦ୍ରନ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏବେ ଅଶ୍ୱୀନ ବିଦେଶରେ ଟି୨୦ ଲିଗ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଅଶ୍ୱୀନ ଅଷ୍ଟ୍ରେଲିଆର ବିଗ ବ୍ୟାଶ ଲିଗ(ବିବିଏଲ) ଓ ୟୁଏଇରେ ଟି୨୦ ଲିଗ ଖେଳିବେ । ଆଇପିଏଲରୁ ଅବସର ନେବା ପରେ ସେ ଏବେ ସବୁଠାରେ ଖେଳିବା ପାଇଁ ମୁକ୍ତ ହୋଇ ପାରିଛନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ଅଶ୍ୱୀନ ଦୁବାଇ ଲିଗ ନିଲାମରେ ନିଜ ନାମ ରେଜିଷ୍ଟର କରିଛନ୍ତି । ରିପୋର୍ଟ ମୁତାବକ ବିବିଏଲର ଦୁଇ ଶକ୍ତିଶାଳୀ ଟିମ ସିଡନୀ ସିକ୍ସର୍ସ ଓ ସିଡନୀ ଥଣ୍ଡର୍ସ ମଧ୍ୟ ଅଶ୍ୱୀନଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ତେବେ ଅଶ୍ୱୀନ ୨ଟି ଯାକ ଲିଗରେ କିପରି ଖେଳିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୟୁଏଇ ଲିଗ ଡିସେମ୍ବର ୨ରୁ ଆରମ୍ଭ ହେଉଛି । ଏହା ଜାନୁୟାରୀ ୪ ପର୍ଯ୍ୟନ୍ତ ଖେଳାଯିବ । ବିବିଏଲ ସେପ୍ଟମ୍ବର ୧୪ରୁ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଖେଳାଯିବ । ଅଶ୍ୱୀନ ବିବିଏଲ ପାଇଁ ପ୍ରଥମେ ଅଷ୍ଟ୍ରେଲିଆ ଯିବେ । ତା ପରେ ଦୁବାଇରେ ଲିଗ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ଅଶ୍ୱୀନଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.