Latest Odisha News

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଜାଡେଜା ଶ୍ରେଷ୍ଠ ଅଲରାଉଣ୍ଡର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଜାରି କରାଯାଇଥିବା ଟେଷ୍ଟ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହୋଲ୍ଡର ଭଲ ପ୍ରଦର୍ଶନ କରି ନ ଥିବାରୁ ୨୮ ରେଟିଂ ପଂଏଟ ହରାଇଥିଲେ । ଏହାର ଫାଇଦା ପରୋକ୍ଷରେ ଜାଡେଜାଙ୍କୁ ମିଳିଛି । ୨୦୧୭ ପରେ ଜାଡେଜା ପୁନର୍ବାର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.