Latest Odisha News

BREAKING NEWS

ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ

ପୁରୀ : ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ । ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କର ପହଣ୍ଡି ବିଜେ ଠାରୁ ଆରମ୍ଭ କରି ସ୍ନାନ ବେଦୀ ରେ ସ୍ନାନ କରିବାର ଦୃଶ୍ୟ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମାର ୨ ମିନିଟ ୫୦ ସେକେଣ୍ଡର ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ।

BjdElectrycity

ଆନିମେସନରେ ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରାର ନିତି ଅତ୍ୟନ୍ତ ସୁନ୍ଦର ଭାବରେ ବାଲୁକା ଆନିମେସନରେ ଦର୍ଶାଇଛନ୍ତି ମାନସ । ଏଥିରେ ପ୍ରଭୁଙ୍କର ଦୁଲଭ ହାତୀ ବେଶର ଦୃଶ୍ୟ ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ବାଲୁକା କଳା ମାଧ୍ୟମରେ ପ୍ରଭୁଙ୍କର ଏହି ଦୃଶ୍ୟ ସାରା ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା ଆନିମେସନ ଫିଲ୍ମକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।

ଏଥିରେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସାରା ବିଶ୍ବରୁ କରୋନା ରୂପି ରାକ୍ଷସ କବଳରୁ ସାରା ସଂସାରକୁ ରକ୍ଷା କରନ୍ତୁ ।

Leave A Reply

Your email address will not be published.