Latest Odisha News

BREAKING NEWS

ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବୋଲିଂସ୍ପିନ୍ ବୋଲିଂ କୋଚ୍  ସାଈରାଜ ବହୁତୁଲେଙ୍କ ଏକ ବୟାନ ସ୍ପିନର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମନୋବଳ ରହିଛି । ଜାଡେଜା ପାଇଁ ଏବେ ବି ୨୦୨୭ ବିଶ୍ୱକପ ଦ୍ୱାର ବନ୍ଦ ହୋଇ ନାହିଁ । ସେ ଭଲ ପ୍ରଦର୍ଶନ କଲେ ଦଳରେ ସ୍ଥାନ ପାଇବା ଅସମ୍ଭବ ନୁହେଁ ବୋଲି ବହୁତୁଲେ କହିଛନ୍ତି । ଭାରତୀୟ ଦଳର ସ୍ପିନ୍ ବୋଲିଂ କୋଚ୍ ସାଇରାଜ ବହୁତୁଲେ ଦଳର ସ୍ପିନ୍ ବିକଳ୍ପ ଏବଂ ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି  ୩୭ ବର୍ଷୀୟ ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା ଏପର‌୍ୟ୍ୟନ୍ତ ଶେଷ ହୋଇନାହିଁ ।

ତାଙ୍କର ଦୀର୍ଘ ଅଭିଜ୍ଞତା ଏବଂ ଦମଦାର ବ୍ୟାଟିଂ ଦକ୍ଷତା ପାଇଁ ଦଳୀୟ ପ୍ରବନ୍ଧକ ସଦାସର୍ବଦା ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି । ଆଫଗାନିସ୍ତାନ ଓ ଇଂଲଣ୍ଡ ସିରିଜ୍‌ରୁ ବାଦ୍ ପଡ଼ିବା ପରେ ତିରୁବନନ୍ତପୁରମ୍‌ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଏକଦିବସୀୟରେ ସେ ଦଳକୁ ଫେରିଥିଲେ । ଯଦିଓ ସେହି ମ୍ୟାଚ୍‌‌ରେ ସେ ୧୦ ଓଭରରେ ୫୪ ରନ୍ ଦେଇ କୌଣସି ୱିକେଟ୍ ପାଇନଥିଲେ, କୋଚ୍ ବହୁତୁଲେ ତାଙ୍କ ବୋଲିଂ ଶୈଳୀ ଓ ଫର୍ମକୁ ନେଇ ଆଶାବାଦୀ ଅଛନ୍ତି । ଅକ୍ଷର ପଟେଲ୍ ଏବେ ଏସିଆନ୍ ଗେମ୍ସରେ ବ୍ୟସ୍ତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୭ ବିଶ୍ୱକପ୍‌କୁ ଆଖିଆଗରେ ରଖି ଆଗାମୀ ସିରିଜ୍‌ଗୁଡ଼ିକରେ ଉଭୟ ଅକ୍ଷର ଓ ଜାଡେଜାଙ୍କ ପ୍ରଦର୍ଶନର ଆକଳନ କରାଯିବ ।  ବହୁତୁଲେ କହିଛନ୍ତି ଯେ, କୁଲଦୀପ ଯାଦବ ଜଣେ ପ୍ରକୃତ ମ୍ୟାଚ୍-ୱିନର୍ । ତାଙ୍କ ଭଳି ଅସାଧାରଣ ସ୍ପିନର ପ୍ରତ୍ୟେକ ଦଳ ପାଇଁ ଅତ୍ୟନ୍ତ ଆବଶ୍ୟକ । ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହେବା ଏବଂ କିଛି ମୁଖ୍ୟ ଖେଳାଳି ଏସିଆନ୍ ଗେମ୍ସରେ ଥିବାରୁ ଭାରତୀୟ ଦଳ ନୂଆ ବିକଳ୍ପ ଆପଣାଉଛି ।

Leave A Reply

Your email address will not be published.