Latest Odisha News

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁ ଦଳ ୯ ଉଇକେଟରେ ୧୬୫ ରନ କରିଥିଲା । ଟମ ଲାଥାମ(୫୨), ୱିଲିୟମ ସମରଭିଲ୍ଲେ (୩୬) ଓ କେନ ୱିଲିୟମସନ ୨୪ ରନ କରିଥିଲେ । ତେବେ ନ୍ୟୁଜିଲାଣ୍ଡ ପାଇଁ ହୀରୋ ସାଜିଥିଲେ ୨ ଭାରତୀୟ । ସେମାନେ ହେଲେ ରଚିନ ରବୀନ୍ଦ୍ର ଓ ଏଜାଜ ପଟେଲ । ଶେଷ ଉଇକେଟରେ ଉଭୟ ୫୨ ବଲ ସାମ୍ନା କରିଥିଲେ । ରଚିନ ଏକାକୀ ୯୧ ବଲ ଖେଳି ୧୮ ରନ କରିଥିଲେ ।

ରବୀନ୍ଦ୍ର ଜାଡେଜା ୪ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ନ୍ୟୁଜିଲାଣ୍ଡ ୨୯୬ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୭ ଉଇକେଟରେ ୨୩୪ ରନ କରି ପାଳି ଘୋଷଣା କରିଥିଲା ।

Comments are closed.