Latest Odisha News

BREAKING NEWS

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି ।

ମୁମ୍ବାଇ ଥାନେ ଅଂଚଳର ଭିୱଣ୍ଡିଠାରେ ଚାଲିଥିଲା ଏକ ବିବାହ ସମାରୋହ । ସେହି ସମୟରେ ହଠାତ୍ ମଣ୍ଡପରେ ଥବା ଷ୍ଟୋର ରୁମ୍‌ରେ ନିଆଁ ଲାଗିଯାଇଥିଲା । ତେବେ ବିବାହରେ ସାମିଲ ହୋଇଥିବା କିଛି ନିର୍ଦ୍ଧିଷ୍ଟ ଲୋକମାନେ ନିଆଁ ଲାଗିବା ଘଟଣାକୁ ଭ୍ରୁକ୍ଷେପ ନକରି ଚୁପଚାପ୍ ଖାଇବାରେ ଧ୍ୟାନ ଦେଇଥିଲେ । ଗତ ରବିବାର ସଂଧ୍ୟାରେ ଏହି ଘଟଣାଟି ଭିୱଣ୍ଡି ସ୍ଥିତ ଅନସାରି ବିବାହ ମଣ୍ଡପରେ ଘଟିଥିବା ଜଣାପଡିଛି ।

ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ତିନୋଟି ଦମକଳ ଗାଡି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଷ୍ଟୋର୍ ରୁମରେ ଥିବା ପ୍ଲାଷ୍ଟିକ ଚେୟାର, ସାଜସଜ୍ଜା ସାମଗ୍ରୀ ଓ ୬ଟି ଦୁଇଚକିଆ ଗାଡି ଜଳି ଧ୍ୱଂସ ପାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲାବେଳେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

Leave A Reply

Your email address will not be published.