Latest Odisha News

BREAKING NEWS

ଆରପାରିରେ ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକ

ଭୁବନେଶ୍ୱର: ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରବିଶଙ୍କର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ । ରବି ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

‘ଦଣ୍ଡା ବାଳୁଙ୍ଗା’ ଓ ‘ଯାହାକୁ ରଖିବେ ଅନନ୍ତ’, ସୁନା ଚଢେଇ, ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରର ସଂପାଦନା ଦାୟିତ୍ୱ ତୁଲାଇଥିଲେ । ଦ୍ୱିବିଧା, ଚଲତେ ଚଲତେ, ଆପ କି ଖାତିର, କିସମତ ଭଳି ହିନ୍ଦୀ ଚଳଚ୍ଚିତ୍ରର ମଧ୍ୟ ସମ୍ପାଦନା କରିଥିଲେ । ୧୯୭୭ ମସିହାର ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଅଭିମାନରୁ ସମ୍ପାଦନା ଆରମ୍ଭ କରିଥିଲେ ରବିଶଙ୍କର ।

Leave A Reply

Your email address will not be published.