Latest Odisha News

BREAKING NEWS

କେନ୍ଦ୍ରର ନିର୍ଦ୍ଦେଶ, ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଅକ୍ସିଜେନ ପରିବହନରେ ଲାଗିବନି ପ୍ରତିବନ୍ଧକ । ଅକ୍ସିଜେନ ପରିବହନକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ ।  ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ସହରରେ ଅମ୍ଳଜାନ ପରିବହନ କରୁଥିବା ଯାନଗୁଡିକର ମାଗଣା ଗତିବିଧି ରହିବ । ଏହାଦ୍ବାରା ଅକ୍ସିଜେନ ଯୋଗାଣ ତ୍ବରାନ୍ବିତ ହୋଇପାରିବ । 

ଦେଶରେ ହଠାତ କରୋନା ସଂକ୍ରମଣ ବଢିଯିବାରୁ କେତେକ ରାଜ୍ୟର ସରକାର ନିଜ ନିଜ ସୀମା ସିଲ କରିଛନ୍ତି । ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ଅକ୍ସିଜେନ ନେଇ ଯାଉଥିବା ଯାନ ଉପରେ କୌଣସି କଟକଣା ଅବା ପ୍ରତିବନ୍ଧକ ଯେପରି ଲାଗୁ ନହେବ ସେଥିପ୍ରତି ପରିବହନ ବିଭାଗ ଅଧିକାରୀଙ୍କୁ ଦ୍ରୁଷ୍ଟିଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

Leave A Reply

Your email address will not be published.