ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କ ଜୋହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ବୋଲି ଗୋଇନ୍ଦା ଏଜେନ୍ସି ର’ ସତର୍କ କରାଇଛି । ଏଥିରେ ମାଲେସିଆରେ ରହୁଥିବା ଜାକିର ନାଇକ ସାମିଲ ଅଛନ୍ତି । ସେ ପାଣ୍ଠିଂ ସଂଗ୍ରହ କରି ଆତ୍ମଘାତୀ ଆକ୍ରମଣ କରାଇବା ପାଇଁ ଉସୁକାଉଛନ୍ତି । ଦିଲ୍ଲୀ, ହରିୟାଣା, ଉତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ପୋଲିସକୁ ଏଥିନେଇ ଆଲର୍ଟ ରହିବା ପାଇଁ କୁହାଯାଇଛି ।
ଡିସେମ୍ବର ଶେଷ ଭାଗରେ ରୋହିଙ୍ଗ୍ୟାମାନେ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ଅଯୋଧ୍ୟା, ବୋଧଗୟା, ପଞ୍ଜାବ ଏବଂ ଶ୍ରୀନଗରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚାଯାଉଛି ବୋଲି ର’ ପକ୍ଷରୁ କୁହାଯାଇଛି । ଜାକିର ଏ ସମ୍ପର୍କରେ ରୋହିଙ୍ଗ୍ୟା ନେତା ମହମ୍ମଦ ନାସିରଙ୍କୁ ମଧ୍ୟ ଭେଟିଛନ୍ତି । ୨ ଲକ୍ଷ ଡଲାର ପାଣ୍ଠି ମଧ୍ୟ ସଂଗୃହୀତ ହୋଇସାରିଛି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।
Comments are closed.