Latest Odisha News

BREAKING NEWS

ପରଦାକୁ ଆସୁଛି ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: କିଛିଦିନ ପୂର୍ବରୁ ଚେସ୍ ଚାମ୍ପିୟନ୍ କ୍ୱିନ୍ ଗାମ୍ବିଟ ଉପରେ ଏକ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ୱେବ୍ ସିରିଜ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା । ହେଲେ ଏବେ ହିନ୍ଦୀ ଭର୍ସନରେ ଏହିପରି ଏକ ୱେବ୍ ସିରିଜ ନିର୍ମାଣ ହେବାକୁ ଯାଉଛି । ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍ ।

ମିଳିଥିବା ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ଏହି ବାୟୋପିକ ନିର୍ମାଣ କରିବେ । ଏଥିପାଇଁ ସେ ବିଶ୍ୱନାଥନଙ୍କଠାରୁ ଗ୍ରୀନ୍ ସିଗନାଲ୍ ବି ପାଇସାରିଛନ୍ତି । ୨୦୨୧ରେ ଫିଲ୍ମଟି ନିର୍ମାଣ ହେବାକୁ ଥିବାବେଳେ ମୁଖ୍ୟ କିର୍ଦାର କିନ୍ତୁ ଅଦ୍ୟାବଧି ଚୟନ ହୋଇନାହିଁ ।

୫ ଥର ବିଶ୍ୱ ବିଜେତା ସାଜିଥିବା ବିଶ୍ୱନାଥନଙ୍କ ଫିଲ୍ମ ଯେ ବଡ ପରଦାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ, ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଫିଲ୍ମରେ ବିଶ୍ୱନାଥନଙ୍କ ଚରିତ୍ର ପାଇଁ ନିର୍ଦ୍ଦେଶକଙ୍କ ଚୟନ କିନ୍ତୁ ବାୟୋପିକର ଭାଗ୍ୟ ନିର୍ଦ୍ଧାରଣ କରିବ ।

Leave A Reply

Your email address will not be published.