Latest Odisha News

BREAKING NEWS

ଗଞ୍ଜାମର କୁଖ୍ୟାତ ଡ୍ରଗ୍ସ ମାଫିଆକୁ ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନ୍‌କାଉଣ୍ଟର୍। ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ ବେଳେ ପପୁନ ମାଝୀକୁ ଗୁଳି କଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍‌। ସ୍ପେସାଲ କ୍ରାଇମ ୟୁନିଟର ରେଡ ବେଳେ ଏନକାଉଣ୍ଟର କଲା ପୋଲିସ। ପୋଲିସ ଉପରକୁ ଗୁଳିମାଡ଼ କରି ଖଡ଼ିଯିବାକୁ ବସିଥିବା ବେଳେ ପପୁନ ମାଝୀକୁ ପାଲଟା ଗୁଳିମାଡ଼ କରିଥିଲା ପୋଲିସ।

ଗୁଳି ବିନିମୟ ସମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସର ଜବାବରେ ପପୁନ ଗୋଡ଼ରେ ଗୁଳି ବାଜିଛିI ଅରିସଲ ଛକ ପାଖରେ ଡ୍ରଗ୍ସ ନେଇ ଯାଉଥିଲା ଅଭିଯୁକ୍ତ। ପୋଲିସକୁ ଦେଖି କରିଥିଲା ଗୁଳିମାଡ଼। ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ସହ ୭.୬ ଏମ୍‌ଏମ୍‌ ପିସ୍ତଲ ଜବତ ହୋଇଛି। ପାଖା ପାଖି ୨୦ ମାମଲାରେ ଅଭିଯୁକ୍ତ ଥିଲା ପପୁନ। ନିଶା କାରବାର ଓ ବନ୍ଧୁକ ଡିଲ ଭଳି ମାମଲାରେ ଥିଲା ଅଭିଯୁକ୍ତ। ଗଂଜାମ ଜିଲ୍ଲା ବୁଗୁଡ଼ାର ଏହି ହାର୍ଡକୋର ଭୁବନେଶ୍ୱରରେ ଚଳାଇଥିଲା ନେଟୱାର୍କ। ଏନ୍‌କାଉଣ୍ଟର ନେଇ ଡିସିପି ଅନୁପ କାନୁନଗୋ ସୂଚନା ଦେଇଛନ୍ତି। ଏନକାଉଣ୍ଟର ବେଳେ ଅନୁପ ଓ ତାଙ୍କ ଟିମ ଆହତ ଅଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

Comments are closed.