Latest Odisha News

BREAKING NEWS

ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ: ହତ୍ୟା ନା ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ମହିଳା ଜଣକ ରିଙ୍କି ବେହେରା ବୋଲି ଜଣାପଡିଛି । ରିଙ୍କି ୫ ବର୍ଷ ତଳେ ରାଧାକାନ୍ତ ବେହେରାଙ୍କୁ ବିବାହ କରିଥିଲେ । ଅନେକ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଗତକାଲି କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଯାହାକୁ ନେଇ ରିଙ୍କି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ରାଧାକାନ୍ତ ଗୁରୁତର ଅବସ୍ଥାରେ ରିଙ୍କିଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ରିଙ୍କିଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ସୋରଡା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀକୁ ଥାନାରେ ଅଟକ ରଖିଛି । ଗୋଟେପଟେ ମହିଳାଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ  ବାପଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.