Latest Odisha News

BREAKING NEWS

ହଟହଟା ହେଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା : ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ ।

ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ ଅଭିଯୋଗ କରିବାକୁ ଆସିଥିଲେ । ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିବା ପରେ ଆଉ କିଛି ହୋଇପାରିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ ସ୍ୱଧାଦେବ ସିଂ। ଏହା ପରେ ଜିଲ୍ଲାପାଳ ସ୍ୱାଧ ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼କ୍ଟର ବିବେକାନନ୍ଦ ଶର୍ମା   ନିଜ ନିଜ ଗାଡି ରେ ଯିବାକୁ ବାହାରୁଥିଲେ  ।  ଲୋକମାନଙ୍କ ସହ କୌଣସି ଆଲୋଚନା ନ କରି ଯିବାକୁ ବାହାରିଥିବାରୁ  ଗ୍ରାମବାସୀ ମାନେ  ସେମାନଙ୍କ ଗାଡି ଆଗରେ  ଧାରଣା ରେ ବସି  ଥିଲେ  ।

ଜିଲ୍ଲାପାଳଙ୍କ ଗାଡିକୁ ଛାଡିନଥିଲେ ଗ୍ରାମବାସୀ । ବାଧ୍ୟହୋଇ ଜିଲ୍ଲାପାଳ ଓ ଏସପି ଚାଲି ଚାଲି ରାଜସ୍ୱ ବଙ୍ଗଳାକୁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ନାରାବାଜି କରିବାରୁ ରାସ୍ତାରେ ଜିଲ୍ଲାପାଳଙ୍କୁ ହଟହଟା ହେବାକୁ ପଡ଼ିଥିଲା । ଶେଷରେ ଅଭିଯୋଗକାରୀଙ୍କ ସହ ଆଲୋଚନା ପରେ ବାଲି ଉଠାଣ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Comments are closed.