Latest Odisha News

BREAKING NEWS

‘ଦେଶରେ ସାରର ଘୋର ଅଭାବ’, ଜୟ ନାରାୟଣଙ୍କୁ ଏମିତି କାହିଁକି କହିଲା ବିଜେଡି ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଲାଣି । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଜୟ ନାରାୟଣଙ୍କୁ କାଉଣ୍ଟର କରିଛନ୍ତି ।

ଲେନିନ୍ କହିଛନ୍ତି, ‘ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଭଲ ଭାବେ ଜାଣିଛନ୍ତି ଦେଶରେ ସାରର ଘୋର ଅଭାବ ରହିଛି । ଏପରିକି ରାଜ୍ୟକୁ ମିଳିବାକୁ ଥିବା କୋଟା ଅନୁସାରେ କେନ୍ଦ୍ର ସାର ଯୋଗାଇ ପାରୁ ନାହିଁ । ପ୍ରଥମେ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଣ ନେଇ ଜୟ ନାରାୟଣ ମିଶ୍ର ଆଶ୍ୱସନା ଦିଅନ୍ତୁ ଏବଂ ତା’ପରେ ନିଜ ବ୍ୟବହାର କଥା ଭାବିବେ ।’

ଏଥିସହ ପଢ଼ନ୍ତୁ- ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ବିଜେଡି ଆହୁରି ଇଙ୍ଗିତ କରି କହିଛି, ‘ଚାଷ (ନିର୍ବାଚନ)କୁ ଆହୁରି ବର୍ଷେରୁ ଅଧିକ ସମୟ ବାକି ଅଛି । ଆମେ ଦେଖିଛୁ ଭୁବନେଶ୍ୱର ସାଂସଦ ବନ୍ୟା ସମୟରେ ଚାଷ ଆରମ୍ଭ କରିଛନ୍ତି । ଆଶା କରୁଛୁ ଜୟ ନାରାୟଣ ମଧ୍ୟ ସେଭଳି ରାସ୍ତାରେ ଯାଇ କିଛି କରିବେ ନାହିଁ ।’

ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟ ନାରାୟଣ କହିଥିଲେ, ୨୦୨୪ରେ ଆମେ ଓଡ଼ିଶାରେ ସରକାରକୁ ଗଢ଼ିବୁ । ଯେମିତି ଭଲ ଫସଲ ପାଇଁ ଚାଷ କାମ ଭଲ ଭାବେ କରିବାକୁ ପଡ଼େ ଠିକ୍ ସେମିତି ରାଜ୍ୟ ବିଜେପି କିପରି ନିର୍ବାଚନରେ ଅଧିକ ଆସନ ପାଇ ଭୋଟ୍ ହାତେଇବ ସେ ନେଇ ପ୍ରସ୍ତୁତ ହେଉଛି । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଠିକ୍ ସେମିତି ସରକାର ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ ।

Leave A Reply

Your email address will not be published.