Latest Odisha News

ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ସମୀକ୍ଷା କଲେ ରାୟଗଡା ଜିଲ୍ଲାପାଳ

ରାୟଗଡା: ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ଏବଂ ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ମହାଜନ ଗୁଣୁପୁର ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ ରୁମ ଏବଂ ଗାଡି ପାର୍କିଂ ପାଇଁ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ପଡିଆର ବ୍ୟବସ୍ଥା ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଚଳିତ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ତା ଉପରେ ମଧ୍ୟ ଆଲୋଚନା କରିଥିଲେ । ଗସ୍ତ ସମୟରେ ଜିଲ୍ଲାପାଳ ମହାଜନ ଏବଂ ଉପଜିଲ୍ଲାପାଳ କୌର ଗୁଣୁପୁର କଲେଜରେ 5-T ର କାମ ଏବଂ ଶେଫାଳି ପାହାଡ଼ରେ ଥିବା ଶୈବ ମନ୍ଦିରର କାମକୁ ତଦାରଖ କରିଥିଲେ ।

ଏହି ଗସ୍ତ ବେଳେ ଗୁଣୁପୁର କଲେଜ ର ଅଧକ୍ଷ୍ୟ ଶଶୀ ମହାନ୍ତି ଏବଂ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସାଧାରଣ ନିର୍ବାଚନରେ ଗୁଣୁପୁର ଉପଖଣ୍ଡରେ ପୂର୍ବରୁ ଦୁଇଟି ଗୁଣୁପୁର ଏବଂ ବିଷମକଟକ ର ନିର୍ବାଚନ ପରିଚାଳିତ ହେଉଥିବା ବେଳେ ଚଳିତ ନିର୍ବାଚନରେ କେବଳ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୋଟିଏ ନିର୍ବାଚନର ପ୍ରସ୍ଥିତି ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ଏହା ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ବୋଲି ଜଣାପଡିଛି ।

ଗସ୍ତ ସମୟରେ ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଜୀ, ବିଡ଼ିଓ ଶ୍ରଦ୍ଧାଞ୍ଜଳି ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ରବିଶଙ୍କର ଶର୍ମା, ଅତରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.