Latest Odisha News

BREAKING NEWS

ଆଜିବି ଅପହଂଚ, ବାହୁଙ୍ଗୀରେ ୫କିଲୋମିଟର ବୁହାହେଲେ ଗର୍ଭବତୀ

ରାୟଗଡା କାଶୀପୁରରେ ଜନନୀ ଯନ୍ତ୍ରଣା, ମେଡିକାଲରେ ମୃତ ସନ୍ତାନ ଜନ୍ମ

କାଶୀପୁର: ଆଜିବି ଅପହଂଚ ରାୟଗଡା ଜଲ୍ଲା କାଶୀପୁର ସିଜିମାଳିର ମାଳିପଦର ଗାଁ । ରାସ୍ତାଘାଟ ସୁବିଧା ନଥିବାରୁ ଘାଟିପାହାଡ ରାସ୍ତା ଭରସା । ଜନନୀ ଆଜିବି ଯନ୍ତ୍ରଣାରେ ଜର୍ଜରିତ । କେଉଁଠି ଭାର, କେଉଁଠି ବାହୁଙ୍ଗୀତ କେଉଁଠି ପୁଣି ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ । ସରକାରୀ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତ ସପନ । ଏମିତି ଏକ ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁଙ୍ଗେର ପଂଚାୟତ ମାଳିପଦର ଗାଁରେ । ଯେଉଛି ରାସ୍ତା ନଥିବାରୁ ୫କିଲୋମିଟର ଘାଟି ପାହାଡ ଦେଇ ବାହୁଙ୍ଗୀରେ ବୁହା ହେଲେ ଗର୍ଭବତୀ ମହିଳା । ଏବଂ ହସ୍ପିଟାଲରେ ପହଂଚିଲା ବେଳକୁ ଜନ୍ମହେଲା ମୃତ ସନ୍ତାନ ।

ସୂଚନା ଅନୁସାରେ ମାଳିପଦର ଗାଁର ଅର୍ଜୁନ ମାଝୀଙ୍କ ୩୫ ବର୍ଷୀୟ ପତ୍ନୀ ସୁକୁ ମଝୀଙ୍କର ଗତକାଲି ର୍ଗଭ ଯନ୍ତ୍ରଣା ହୋଇଥିଲା । ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ମାଳିପଦର ଗାଁକୁ ଗମନାଗମନ ପାଇଁ ରାସ୍ତା ନଥିବାରୁ ଆଲିଗୁନା ଗାଁ ନିକଟରେ ଅମ୍ବୁଲାନ୍ସ ଅଟକି ରହିଲା । ଫଳରେ ପରିବାରଲୋକ ପାହାଡ ଅଂଚଳରେ ଥିବାରୁ ଗର୍ଭବତୀ ମହିଳାଙ୍କୁ ଚାଦରରେ ବାନ୍ଧି ବାହୁଙ୍ଗୀ କରି ଆମ୍ବୁଲାନ୍ସ ଯାଏ ୫ କିଲୋମିଟର ବାଟ ବୋହି ବୋହି ଆଣିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସହଯୋଗ କରିଥିଲେ । ବେଡି ଉପରେ କୋରଡା ସଦୃଶ ହେଲା ନିକଟସ୍ଥ ସୁଙ୍ଗେର ପିଏଚସିରେ ଡାକ୍ତର ନଥିଲେ । ତେଣୁ କାଶୀପୁରକୁ ନିଆଗଲା । କିନ୍ତୁ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା । ସେଠାରେ ପହଂଚିବା ପରେ ମହିଳା ଜଣଙ୍କ ମୃତ ସନ୍ତାନ ଜନ୍ମ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ନେବା ବେଳକୁ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । ଏତେ କଷ୍ଟ ଏତେ ଯନ୍ତ୍ରଣା ପରେ ବି ମା ଟିଏ ମୃତ ଶିଶୁକୁ ଦେଖି କେମିତି କୋହ ସମ୍ଭାଳିବ ଆପଣ ନିଜେ ଭାବନ୍ତୁ । କେବେ ଏ ସ୍ଥିତିରେ ସୁଧାର ଆସିବ, କେବେ ଘର ଦୁଆରେ ପହଂଚିବ ଆମ୍ବୁଲାନ୍ସ ଆଉ ବାର ବୁହାହେବେନି ରୋଗୀ ତାକୁ ଅପେକ୍ଷା ।

Leave A Reply

Your email address will not be published.