Latest Odisha News

BREAKING NEWS

ସୁନ୍ଦରଗଡରେ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୫ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।

ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ରହିଥିବା ବେଳେ ଅନ୍ୟମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାଛଡା ଗତକାଲି ପ୍ରାୟ ୧୧୨୪ଟି କରୋନା ଟେଷ୍ଟ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୪୩୫ କରୋନା ମାମଲା ରହିଥିବା ବେଳେ ୮୨୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୯ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.