Latest Odisha News

BREAKING NEWS

ବେଷ୍ଟ ବ୍ୟାଙ୍କର୍ ଶକ୍ତିକାନ୍ତ: ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ଶକ୍ତିକାନ୍ତଙ୍କୁ ମିଳିଲା A+ ଗ୍ରେଡ୍

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା । ଗ୍ଲୋବାଲ ଫାଇନାନ୍ସର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୩ରେ A+ ରେଟିଂ ପାଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । A+ ଗ୍ରେଡରେ କେବଳ ଭାରତ, ସ୍ବିଜରଲ୍ୟାଣ୍ଡ, ଭିଏତନାମ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାଁ ସାମିଲ ରହିଛି । ଯେଉଁଥିରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି ଶକ୍ତିକାନ୍ତ ଦାସ ।

ରିପୋର୍ଟ କାର୍ଡ଼ରେ A ରେଟିଂ ପାଇଛନ୍ତି ବ୍ରାଜିଲ, ମରିସସ, ଇସ୍ରେଏଲ, ନ୍ୟୁଜିଲାଣ୍ଡ, ପେରୁ, ତାଇୱାନ ଭଳି ଦେଶ । A- ଗ୍ରେଡ ପାଇଥିବା ଦେଶ ଗୁଡିକ ହେଉଛି କଲମ୍ବିଆ, ଡୋମିନିକାନ ରିପବ୍ଲିକ, ଆଇସଲ୍ୟାଣ୍ଡ,ନରୱେ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ।

ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ଶକ୍ତିକାନ୍ତ ଦାସ ହେଉଛନ୍ତି ଜଣେ ଓଡିଆ ପୁଅ । ତାଙ୍କର ଏଭଳି ସଫଳତା ବିଶ୍ବ ଦରବାରରେ ଭାରତ ସମେତ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ପୂର୍ବରୁ ମଧ୍ୟ ‘ଗଭର୍ଣ୍ଣର ଅଫ ଦ ଇୟର-୨୦୨୩’ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ଶକ୍ତିକାନ୍ତ । ବର୍ତ୍ତମାନ ପୁଣି ଥରେ ‘ବେଷ୍ଟ ବ୍ୟାଙ୍କର’ ଭାବରେ ଆଉ ଏକ ନୂଆ ପରିଚୟ ସୃଷ୍ଟି କରି ଦେଶ ତଥା ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି ।

Comments are closed.