Latest Odisha News

BREAKING NEWS

ରିଷଭ ପନ୍ଥ କାହିଁକି ଓପେନିଂ କରିଥିଲେ, ରୋହିତ କହିଲେ କାରଣ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିଥିଲେ ରିଷଭ ପନ୍ଥ । ଇନଫର୍ମ ଲୋକେଶ ରାହୁଲ ଥାଇ ବି କାହିଁକି ପନ୍ଥ ଓପେନିଂ କଲେ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା । ମ୍ୟାଚ୍ ଜିତିବା ପରେ କ୍ୟାପଟେନ୍ ରୋହିତ ଶର୍ମା ଏହା ପଛର କାରଣ କହିଛନ୍ତି । ସେ କହିଛନ୍ତି, ଟିମ୍ ମ୍ୟାନେଜମେଣ୍ଟ କିଛି ନୂଆ କରିବା ପାଇଁ ଚାହୁଁଥିଲେ ।

ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ କରିବାକୁ ଯାଇ ପନ୍ଥଙ୍କୁ ଓପେନିଂ ପାଇଁ ପଠାଯାଇଥିଲା । ଭଲ ଟିମ୍ କମ୍ବିନେସନ ପାଇଁ ଏଭଳି ଚେଷ୍ଟା କରାଯାଇଥିଲା । କେବଳ ଗୋଟିଏ ମ୍ୟାଚ୍ ପାଇଁ ନିଆଯାଇଥିଲା ନିଷ୍ପତ୍ତି । ସବୁ ମ୍ୟାଚରେ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରୋହିତ । ଏଥିସହ ସେ କହିଛନ୍ତି, ତୃତୀୟ ଦିନିକିଆରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ଶିଖର ଧଓ୍ୱନ । ସେ ଇନିଂସ ଓପନ୍ କରିବେ ।

ଗତକାଲି ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇ ଭାରତ ଆଗୁଆ ସିରିଜ କବଜା କରିଛି । ତିନି ଟିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ଟିମ୍ ଇଣ୍ଡିଆ । ସୂର୍ୟ୍ୟକୁମାର ଯାଦବ, ଲୋକେଶ ରାହୁଲଙ୍କ ବ୍ୟାଟିଂ ଓ ପ୍ରସିଦ୍ଧି କ୍ରିଷ୍ଣାଙ୍କ ଘାତକ ବୋଲିଂ ଯୋଗୁ ଭାରତ ବିଜୟୀ ହୋଇଥିଲା ।

Comments are closed, but trackbacks and pingbacks are open.