Latest Odisha News

ଦଶମ ଥର ପାଇଁ ଅପରିବର୍ତ୍ତିତ ରେପୋ ରେଟ୍: ମହଙ୍ଗା ହେବନି ଋଣ

ନୂଆଦିଲ୍ଲୀ: ଲଗାତର ଦଶମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏହା୬.୫ ପ୍ରତିଶତରେ ସ୍ଥିର ରହିଛି। ଏହାକୁ ନେଇ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ସେହିପରି ପ୍ରମୁଖ ସୁଧ ହାରରେ କୌଣସି କରାଯାଇନି ପରିବର୍ତ୍ତନ। ମନିଟାରୀ ପଲିସି କମିଟି (ଏମପିସି)ର ନିଷ୍ପତ୍ତି ଘୋଷଣା ସମୟରେ ଆରବିଆଇ  ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ % ହେବାର ଆକଳନ କରାଯାଇଛି । ଏହାଫଳରେ ଋଣ ମହଙ୍ଗା ନହେବା ସହ ଇଏମଆଇ ମଧ୍ୟ  ବୃଦ୍ଧି ପାଇବନି।

ତେବେ ୨୦୨୩ ମସିହାରେ ଆରବିଆଇ ଶେଷ ଥର ପାଇଁ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ବୃଦ୍ଧି କରି ୬.୫ ପ୍ରତିଶତ ଭାବରେ ସ୍ଥିର ରଖିଥିଲେ। ଦଶମ ଥର ମଧ୍ୟ ଏହା ସ୍ଥିର ରହିଛି। ଚଳିତ ବର୍ଷ ଅନୁମାନ ମୁତାବକ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ସ୍ଥିର ରହିବା ପରେ ସେୟାର ବଜାରରେ ଉତ୍ସାହ ବଢିଛି ।

Leave A Reply

Your email address will not be published.