Latest Odisha News

ଆରବିଆଇ ଦେଲା ଅନୁମତି, ଥାର୍ଡ ପାର୍ଟି ୟୁପିଆଇ ପେମେଣ୍ଟ କରିପାରିବେ ପିପିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ ଟ୍ରାଞ୍ଜାକସନ୍ କୁ ନେଇ ଏକ ନୂତନ ସୁବିଧା ଅନୁମତି ଦେଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ହୋଲ୍ଡରମାନେ ୟୁପିଆଇ ପ୍ଲାଟଫର୍ମରେ ଥାର୍ଡ ପାର୍ଟି ମୋବାଇଲ ଆପଲିକେସନ ଦ୍ବାରା ଟଙ୍କା ନେଣଦେଣ କରି ପାରିବ ବୋଲି ଗତ ଶୁକ୍ରବାର ଦିନ ଆରବିଆଇ ଏନେଇ ଅନୁମତି ପ୍ରଦାନ କରିଛି ।

ତେବେ ଫୁଲ୍ କେଓ୍ବାଇସି କରିଥିବା ପ୍ରିପେଡ ପେମେଣ୍ଟ ହୋଲ୍ଡରମାନେ ହିଁ ଏହି ସୁବିଧା ପାଇପାରିବେ । ବର୍ତ୍ତମାନ ସୁଦ୍ଧା ୟୁପିଆଇ ପେମେଣ୍ଟ କେବଳ ବ୍ୟାଙ୍କଆକାଉଣ୍ଟରୁ କିମ୍ବା ସମ୍ପୃକ୍ତ ବ୍ୟାଙ୍କ/ ଥାର୍ଡ ପାର୍ଟି ୟୁପିଆଇ ଆବେଦନ ମାଧ୍ୟମରେ କରାଯାଇପାରୁଛି । ପିପିଆଇରୁ ପେମେଣ୍ଟ କେବଳ ପିପିଆଇ ପ୍ରଦାନକାରୀଙ୍କ ଆବେଦନ ମାଧ୍ୟମରେ ହେଉଥିଲା ।

ରିଜର୍ଭ ବ୍ୟାଙ୍କର ଏହି ସବୁଜ ସଙ୍କେତର ଉଦ୍ଦେଶ୍ୟ ହେଉଛି ଡିଜିଟାଲ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବା । ଆପଣ ଗିଫ୍ଟ କାର୍ଡ, ମେଟ୍ରୋ ରେଳ କାର୍ଡ ଇତ୍ୟାଦି ବ୍ୟବହାର କରନ୍ତି । ଏଗୁଡ଼ିକ ହେଉଛି ପିପିଆଇ ୱାଲେଟ୍ । ଏବେ ରିଜର୍ଭ ବ୍ୟାଙ୍କର ଅନୁମତି ପରେ ଗୁଗୁଲ୍ ପେ, ଫୋନ୍ ପେ ଆଦି ଆପ୍ ମାଧ୍ୟମରେ ଟଙ୍କା ମଧ୍ୟ ଟ୍ରାନ୍ସଫର୍ ହୋଇପାରିବ ।

Leave A Reply

Your email address will not be published.