Latest Odisha News

BREAKING NEWS

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି ଇଏମ୍ଆଇ

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ଅର୍ଥ ଲୋନ ଇଏମ୍ଆଇ ରେ କୌଣସି ପରିବର୍ତ୍ତନ ହେବନି । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆଜି ଲଗାତାର ୧୧ମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି । ଫଳରେ ଇଏମଆଇରେ ବୃଦ୍ଧି ଘଟିବନି ।ଇଏମଆଇ ବଢିବ ନାହିଁ କି ହ୍ରାସ ଘଟିବ ନାହିଁ । ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି । ଲୋନ ନେଇ ଇଏମଆଇରେ ଦେଉଥିଲେ ଏହା ବୃଦ୍ଧି ପାଇବନି । ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏମପିସି ବୈଠକରେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Comments are closed.