ନୂଆଦିଲ୍ଲୀ: ଆରବିଆଇର ବଡ ଘୋଷଣା । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ନିର୍ଦ୍ଧିଷ୍ଟ ତିନି ପ୍ରକାର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି ।
ଯେଉଁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି ସେ ଖାତାକୁ ବନ୍ଦ କରାଯାଇପାରେ । ଯେଉଁ ଆକାଉଣ୍ଟରେ ଗତ ବାରମାସ ହେଲା କିମ୍ବା ତା’ଠାରୁ ଅଧିକ ସମୟ ଧରି କୌଣସି କାରବାର ହୋଇନି ତାହାକୁ ଇନଆକ୍ଟିଭ୍ ଖାତା ବୋଲି ଧରାଯିବ । ଯେଉଁ ଆକାଉଣ୍ଟରେ ଦୁଇ ବର୍ଷ ବା ତାଠାରୁ ଅଧିକ ସମୟ ଧରି କୌଣସି କାରବାର ହୋଇନି ସେହି ଖାତାକୁ ଡରମାଣ୍ଟ ଭାବରେ ବର୍ଗୀକୃତ କରାଯିବ । ଏହି ଆକାଉଣ୍ଟ ଗୁଡିକ ହ୍ୟାକିଂ ଓ ଠକେଇ କାର୍ଯ୍ୟକଳାପ ପାଇଁ ବିଶେଷ ଭାବରେ ବ୍ୟବହାର ହୋଇ ପାରେ ତେଣୁ ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି ।
ତେଣୁ ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟ ପ୍ରଭାବିତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ସହ ବ୍ୟାଙ୍କ ଖାତା ବନ୍ଦ ନହେଉ ସେଥିପାଇଁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି ।
Comments are closed.