Latest Odisha News

BREAKING NEWS

ମହାକାଶରେ ହେବ ହୋଟେଲ, ଉଡ଼ି ଉଡ଼ି ନେବେ ଖାଦ୍ୟର ମଜା

ଫ୍ରାନ୍ସ: ଆମେ ପ୍ରତ୍ୟେକ ଦିନ ଘରେ ଖାଇଥାଉ । ଆଉ କେବେ କେବେ ହୋଟେଲ ଯାଇ ଖାଇବାକୁ ବି ପସନ୍ଦ କରିଥାଉ । କିନ୍ତୁ ଏବେ ଉଡ଼ି ଉଡ଼ି ଖାଦ୍ୟର ମଜା ନେଇପାରିବେ । ଏମିତି ଏକ ନୂଆ ବିକଳ୍ପ ଏବେ ଆସିଛି, ଯେଉଁଥିରେ ଉଡ଼ାଣ ସମୟରେ ଖାଇବାରେ ସକ୍ଷମ ହୋଇପାରିବେ । ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହା ଘୋଷଣା କରିଛି । ଆଗକୁ କମ୍ପାନୀ ମହାକାଶରେ ଏକ ହୋଟେଲ ଖୋଲୁଛି, ଯେଉଁଠି ଲୋକେ ଖାଦ୍ୟ ଖାଇ ଉପଭୋଗ କରିପାରିବେ । ହେଲେ ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟଜନକ ହୋଇଯିବେ ।

BjdElectrycity

ସ୍ପେସ ଏକ୍ସ ପରି କମ୍ପାନୀଗୁଡିକ ପୂର୍ବରୁ ସ୍ପେସ ଟୁରିଜିମ କରୁଥିବାବେଳେ ଏହି ଫ୍ରେଞ୍ଚ କମ୍ପାନୀ ଏବେ ମହାକାଶରେ ବସି ଖାଇବାକୁ ପ୍ରସ୍ତୁତ ହେଉଛି । ଫ୍ରାନ୍ସ ଷ୍ଟାର୍ଟ ଅପ୍ ଜେଫାଲଟୋ ଯାତ୍ରୀମାନଙ୍କୁ ଭୋଜନ ପାଇଁ ଏକ ବେଲୁନ୍‌ରେ ସ୍ପେସକୁ ନେବାକୁ ଯୋଜନା କରୁଛି । ଯଦି ଏହି ହୋଟେଲ ଖୋଲିବ, ତେବେ ୨୫ କିଲୋମିଟର ଉଚ୍ଚତାରେ ହିଲିୟମ କିମ୍ବା ହାଇଡ୍ରୋଜେନରେ ଭର୍ତ୍ତି ହୋଇଥିବା ଜେଫାଲଟୋ ବେଲୁନ୍‌ରେ ବସି ଭୋଜନ କରିପାରିବେ । ଏଥିପାଇଁ ସେଲେଷ୍ଟେ ନାମକ ଏକ ସ୍ୱତନ୍ତ୍ର ପ୍ରକାରର ବେଲୁନ ପ୍ରସ୍ତୁତ କରାଯାଉଛି । ଏହା ଗୋଟିଏ ସ୍ଥାନରେ ୯୦ ମିନିଟ୍ ପର୍ଯ୍ୟନ୍ତ ରହିପାରେ । ସେପର୍ଯ୍ୟନ୍ତ ଅତିଥିମାନେ ଭରପୂର ଖାଦ୍ୟର ମଜା ନେଇପାରିବେ ।

ଏରୋସ୍ପେସ ଇଞ୍ଜିନିୟର ଭିସେଣ୍ଟ ଫରେଟ ଡି ଏଷ୍ଟିସ ଦ୍ୱାରା ପ୍ରସ୍ତୁତ ଜେଫାଲଟୋ ଏକ ବେଲୁନ ସହିତ ଲାଗିଥିବା ଏକ ଚାପିତ କ୍ୟାପସୁଲରେ ଲୋକଙ୍କୁ ସ୍ପେସ୍‌ର ଅତି ନିକଟ ସ୍ଥାନକୁ ପଠାଇବ, ଯେଉଁଠାରେ ଯାତ୍ରୀମାନଙ୍କୁ ମିସେଲିନ-ତାରକା ଖାଦ୍ୟ ପରିବେଷଣ କରାଯିବ ।

ଫ୍ରାନ୍ସ ଏବଂ ୟୁରୋପୀୟ ସ୍ପେସ ଏଜେନ୍ସିଗୁଡିକର ସହଯୋଗରେ ଏୟାରବସ ଇଞ୍ଜିନିୟର୍ମାନଙ୍କ ଦ୍ୱାରା ଅତି ସ୍ୱତନ୍ତ୍ର ସେଲେଷ୍ଟେ ବେଲୁନ ଡିଜାଇନ କରାଯାଇଛି । ଏହାର ଗତି ସେକେଣ୍ଡରେ ୪ ମିଟର ହେବ । ଏହି ଦୂରତା ଦେଢ଼ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ । ଏଥିରେ ୬ ଜଣ ଯାତ୍ରୀଙ୍କ ସହ ୨ ପାଇଲଟ ଯିବେ । କ୍ୟାପସୁଲ ତିନି ଘଣ୍ଟା ଧରି ପୃଥିବୀ ଉପରେ ବୁଲିବ । ସେଠାରେ ପହଞ୍ଚିବା ପରେ ଅତିଥିମାନେ ଫ୍ରେଞ୍ଚ ଖାଦ୍ୟ ସହିତ ଫ୍ରେଞ୍ଚ ମଦ ଉପଭୋଗ କରିବାର ସୁଯୋଗ ପାଇବେ । ଏହାର ୭୫ ବର୍ଗଫୁଟର ଏକ ୱିଣ୍ଡୋ ମଧ୍ୟ ରହିବ, ଯେଉଁଠାରୁ ପୂରା ଦୃଶ୍ୟ ଦେଖିହେବ । ପ୍ରାରମ୍ଭିକ ବୁକିଂକୁ ୧୧୦୦୦ ଡଲାର ଅର୍ଥାତ୍ ପ୍ରାୟ ୯ ଲକ୍ଷ ଟଙ୍କା ରଖାଯାଇଛି । ଏଥିସହିତ ଯାତ୍ରୀମାନଙ୍କୁ ଏହି ରାଉଣ୍ଡ ଯାତ୍ରା ପାଇଁ ପ୍ରାୟ ୧୩୧,୧୦୦ ଡଲାର ଅର୍ଥାତ ପ୍ରାୟ ୧ କୋଟି ଟଙ୍କା ଦେବାକୁ ପଡ଼ିବ ।

Leave A Reply

Your email address will not be published.