Latest Odisha News

BREAKING NEWS

ଜେଡିୟୁରୁ ଇସ୍ତଫା ଦେଲେ ଆରସିପି ସିଂ

ପାଟନା: ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଆଜି ଜେଡିୟୁରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାରଙ୍କ ପାର୍ଟି ଆରସିପିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ୨୦୧୩ରୁ ୨୨ ମଧ୍ୟରେ ତୁମେ କିପରି ଏତେ ସମ୍ପତି କଲ ବୋଲି ପାର୍ଟି ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ବିଗିଡି ଯାଇଥିଲେ । ଜେଡିୟୁ ଏକ ବୁଡି ଯାଉଥିବା ଜାହଜ ଏବଂ ନୀତିଶ କୁମାର ୭ ଜନ୍ମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେଇପାରିବେ ନାହିଁ । ଦଳର କେତେକ ନେତା ମୋ ଛବି ଖରାପ କରିବା ପାଇଁ ଉଦ୍ୟମ କରିଛନ୍ତି । ମୋର ଗୋଟିଏ ଝିଅ ଆଇପିଏସ ଏବଂ ଅନ୍ୟ ଜଣେ ଅଧିବକ୍ତା । ସେମାନେ ନିୟମିତ ଭାବେ ଆୟକର ଦେଉଛନ୍ତି । ମୋ ବାପା ବି ଜଣେ ସରକାରୀ କର୍ମଚାରୀ ଥିଲେ । ସେ ତାଙ୍କର ସମସ୍ତ ସମ୍ପତି ଆମ ନାମରେ କରି ଦେଇଥିଲେ । ସେହିପରି ଜାଗା ବାଡି ଆମେ ଆସ୍ତେ ଆସ୍ତେ କରି କିଣିଥିଲୁ । କେତେକ କ୍ଷେତ୍ରରେ ଜମି ବଦଳରେ ଜମି ମିଳିଥିଲା । ମୋ ବ୍ୟାଙ୍କ ଆକାଂଉଟରେ ୧ ଟଙ୍କା ବି କୌଣସି ଲେଣ ଦେଣ ହୋଇନି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.