Latest Odisha News

BREAKING NEWS

ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ

ଭାରତ ଏବେ 9ଟି ସ୍ବର୍ଣ୍ଣ ପଦକ ଜିତିବା ସହ 5 ମ ସ୍ଥାନରେ ରହିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ 9ଟି ସ୍ବର୍ଣ୍ଣ ଭାରତ ଜିତିଥିବା ବେଳେ 11ଟି ରୈାପ୍ୟ ଏବଂ 10ଟି କାଂସ୍ୟ ପଦକ ଜିତିଛି । ତେବେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ 55 ଟି ସ୍ବର୍ଣ୍ଣ, 45 ଟି ରୈାପ୍ୟ ଏବଂ 46ଟି କାଂସ୍ୟ ପଦକ ଜିତିଛି । ଦୁଇ ନମ୍ବରରେ ରହିିଛି ଇଂଲଣ୍ଡ  । ଇଂଲଣ୍ଡ 48ଟି ସ୍ବର୍ଣ୍ଣ, 47 ଟି ରୈାପ୍ୟ ଏବଂ 42ଟି କାଂସ୍ୟ ପଦକ ଜିତିଛି  ।  3 ନମ୍ବର ସ୍ଥାନରେ କାନାଡା ଥିବାବେଳେ 4 ନମ୍ବରରେ ନିଉଜିଲ୍ୟାଣ୍ଡ ରହିଛି । କାନାଡାର ସ୍ବର୍ଣ୍ଣ ସଂଖ୍ୟା 19 ଥିବାବେଳେ ନିଉଜିଲ୍ୟାଣ୍ଡର ସ୍ବର୍ଣ୍ଣ ସଂଖ୍ୟା 17 ରହିଛି । ତେଣୁ 4 ନମ୍ବର ସ୍ଥାନକୁ ଯିବାକୁ ହେଲେ ଭାରତୀୟ ଖେଳାଳୀଙ୍କୁ ବହୁତ ପରିଶ୍ରମ କରି ଆହୁରି ଅନେକ ପରିଶ୍ରମ କରିବାକୁ ପଡିବାକୁ ପଡିବ । ଏହି କ୍ରମରେ ଦେଖିଲେ ପାକିସ୍ତାନ ଏକଟି ସ୍ବର୍ଣ୍ଣ ପଦକ ପାଇ 15ତମ ସ୍ଥାନରେ ରହିଛି ।

 

Leave A Reply

Your email address will not be published.