Latest Odisha News

BREAKING NEWS

ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଅଧାଦିନର ଦରମା, ତାଗିଦ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଡେରିରେ ବା କିଛି ସମୟ ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଦରମା । ପୁରା ଅଧାଦିନର ଦରମା କାଟିଦେବେ ସରକାର । ୯ ଟାରୁ ୯ ଟା ୧୫ ଭିତରେ ନ ପହଁଞ୍ଚିଲେ କଟିଯିବ ଅଧାଦିନର ଦରମା । ଏମିତି କିଛି କଡା ନିୟମ ଆଣି ସରକାରୀ ବାବୁଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର ।

ତେବେ କେନ୍ଦ୍ର ସରକାରଙ୍କ ସକାଳ ୯ ଟା ରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ରହିଥାଏ। କର୍ମଚାରୀମାନଙ୍କୁ ସକାଳ ୯ଟା ୧୫ ଭିତରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ହେଲେ ଏହାକୁ ଏବେ କିଛି କିଛି କାର୍ଯ୍ୟଳୟରେ ବେଖାତିର କରୁଥିବାରୁ ଏଭଳି କିଛି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର।

ଏନେଇ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି। ଏହି ଅନୁଯାୟୀ ଦେଶରେ କେନ୍ଦ୍ର ସରକାର ଅଧିନରେ କାମ କରୁଥିବା କର୍ମଚାରୀମାନେ ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମ କାଟିବାକୁ ନିଷ୍ପତ୍ତି ନେଇଛି ବିଭାଗ।

ତେବେ କହିରଖୁଛୁ, ପୂର୍ବରୁ ମଧ୍ୟ ଏହି ନିୟମ ଜାରି କରିଥିଲା କେନ୍ଦ୍ର । ହେଲେ କରୋନା ସମୟରେ ବାୟୋମାଟ୍ରିକ୍ସ ବ୍ୟବହାର ନକରାଯାଉଥିବାରୁ ଏହା ପ୍ରାୟତଃ ସେବଠୁ ବନ୍ଦ ରହିଛି । ଯାହାପରେ କିଛି କର୍ମଚାରୀ ବିଳମ୍ବରେ ଅଫିସ ଆସି ଶୀଘ୍ର ପଳାନ୍ତି । ଯାହା ଉପରେ ରୋକ ଲଗାଇବା ପାଇଁ ଏପରି କିଛି ନିୟମ ଜାରି କରିଛି କେନ୍ଦ୍ର ।

Leave A Reply

Your email address will not be published.