ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ କାହାଣୀ କୌଣସି ଫିଲ୍ମଠାରୁ କମ ନୁହେଁ। ସେଲିବ୍ରିଟିଙ୍କ ଅସଲ ଜୀବନଶୈଳୀ ଏହି ଫିଲ୍ମ ଜଗତରୁ ଆରମ୍ଭ ହୁଏ। ନିଜର ଦକ୍ଷତା ଓ ଲୋକପ୍ରିୟତା ସତ୍ତ୍ୱେ ବୈବାହିକ ଜୀବନ ସେମାନଙ୍କ ଅଭିନୟ ଜୀବନର ଶତ୍ରୁ ହୋଇଯାଏ। କିନ୍ତୁ ଆଜି ଆମେ ଏଭଳି ତାରକାଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ବନ୍ଧନଠାରୁ ଅଲଗା ହୋଇ ସୁଦ୍ଧା ଉଭୟ ଉଭୟଙ୍କୁ ଆଜିବି କେୟାର କରନ୍ତି। ସେମାନେ ହେଉଛନ୍ତି ଅଶି ଓ ନବେ ଦଶକରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳ ପାଇଥିବା ଅଭିନେତ୍ରୀ ଅମ୍ରିତା ସିଂହ ଏବଂ ଅଭିନେତା ସୈଫ୍ ଅଲ୍ଲି ଖାଁ।
ଉଭୟଙ୍କ ସହିତ ଜଡିତ ଅନେକ କାହାଣୀ ଅଛି ଯାହାକୁ ନେଇ ଆଜିବି ବଲିଉଡ ଜଗତରେ ବହୁତ ଚର୍ଚ୍ଚା ଚାଲେ। ଆପଣ ଆଗରୁ ଜାଣିଛନ୍ତି ଯେ ସୈଫ୍ ଅଲ୍ଲି ଖାଁ ଏବଂ ଅମ୍ରିତା ସିଂ ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କକୁ ଏକ ନାମ ଦେଇଥିଲେ। ସେହି ସମୟରେ ଯେଉଁମାନେ ଏହା ଶୁଣିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ କଥାରେ ଅଛି କପାଳ ଲିଖନ କିଏ କରିବ ଆନ। ଉଭୟଙ୍କର କପାଳ ଲିଖନ ସେହିଦିନ ହୋଇଥିଲା ଯେଉଁଦିନ ଅମ୍ରିତା ଏବଂ ସୈଫ୍ ପ୍ରଥମ ଥର ପାଇଁ ଏକ ଫିଲ୍ମ ସେଟରେ ସାକ୍ଷାତ ହୋଇଥିଲା। ସେହି ପ୍ରଥମ ସାକ୍ଷାତରେ ସୈଫ୍ ଅମ୍ରିତାଙ୍କ ପାଇଁ ପାଗଳ ପ୍ରେମୀ ସାଜିଥିଲେ।
ପଟୌଦି ବଂଶର ଛୋଟେ ନବାବ ସୈଫ୍ ଅଲ୍ଲି ଖାଁ ଯେଉଁ ସମୟରେ ଷ୍ଟ୍ରଗଲ ଆରମ୍ଭ କଲେ ଏବଂ ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିଲେ ସେହି ସମୟରେ ଅମ୍ରିତା ସିଂହ ଜଣେ ପ୍ରସିଦ୍ଧ ହିରୋଇନ ଥିଲେ। ଦିନେ ରାହୁଲ ରାୱେଲ ତାଙ୍କର ବିଶେଷ ବନ୍ଧୁ ଅମ୍ରିତାଙ୍କୁ ଫିଲ୍ମର ଫଟୋ ସୁଟରେ ଡାକିଥିଲେ। ସେହିଦିନ ସୈଫ୍ ତାଙ୍କୁ ଦେଖି ଆଖି ପଲକ ପକାଇ ପାରିନଥିଲେ। କୁହାଯାଏ ଯେ ଏହି ପ୍ରଥମଦିନରେ ସୈଫ୍ ଅଲ୍ଲୀ ଖାନ ଅମ୍ରିତା ସିଂହଙ୍କ କାନ୍ଧରେ ହାତ ମଧ୍ୟ ରଖିଦେଇଥିଲେ। ଏହି ପ୍ରଥମ ସକ୍ଷାତରେ ସୈଫ୍ ଅମ୍ରିତାଙ୍କ ହୃଦୟରେ ଏପରି ପ୍ରଭାବ ଛାଡିଥିଲେ ଯେ ସେ ମଧ୍ୟ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ତା ପରଠାରୁ ଉଭୟ ଉଭୟଙ୍କୁ ଡେଟ୍ କରିବା ଆରମ୍ଭ କଲେ। ଏହା ସେମାନଙ୍କର ପ୍ରେମର ଆରମ୍ଭ ଥିଲା ଏବଂ ଦୁହେଁ ବିବାହ କରିବାକୁ ସ୍ଥିର କଲେ।
ସାମନ୍ତବାଦୀ ପରିବାରରୁ ଆସିଥିବା ଅମ୍ରିତା ସିଂହ ତାଙ୍କ କ୍ୟାରିୟରଠାରୁ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚିତ। ଦୁହେଁ ପରିବାର ବିରୁଦ୍ଧରେ ଯାଇ ବିବାହ କରିଥିଲେ ଏବଂ ଏହି ବିବାହ ପାଇଁ ଆସିଥିଲେ ଚର୍ଚ୍ଚାକୁ। ସେତେବେଳେ ଅମ୍ରିତା ସୈଫଙ୍କଠାରୁ ଥିଲେ ପ୍ରାୟ 12 ବର୍ଷ ବଡ। ଏହି ବୟସର ତାରତମ୍ୟ ହିଁ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା।
Comments are closed.