Latest Odisha News

BREAKING NEWS

ବର୍ଷାଙ୍କୁ ଶାନ୍ତ କରିବ କି ‘ଗୀତା’?

କଟକ: ବର୍ଷା ଅନୁଭବଙ୍କ କଳି ଏବେ କୋର୍ଟରେ । ଷ୍ଟାର ଦମ୍ପତ୍ତିଙ୍କ ପରିବାରରେ ଆସିଛି ଝଡ । କାହା ମନ କାହା ପାଖରେ ନାହିଁ । ପରସ୍ପର ଦୋଷ ଦେଉଛନ୍ତି । ଅଶାନ୍ତିରେ ଜିଉଁଛନ୍ତି । ନ୍ୟାୟାଳୟରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି । ତେବେ ଦୁଇଜଣଙ୍କ  ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା ବିଚାରପତି ମଧ୍ୟ ଅନେକ ଉପଦେଶ ଦେଲେଣି । ଏସବୁ ଭିତରେ ପୁଣି  ବର୍ଷାଙ୍କୁ ଶାନ୍ତ ହେବା ପାଇଁ ପରାମର୍ଶ ଦେଇଛନ୍ତି ଅନୁଭବ । ସେଥିପାଇଁ ଓକିଲଙ୍କ ଜରିଆରେ ବର୍ଷାଙ୍କୁ ଗୀତା ଉପହାର ଦେଇଛନ୍ତି ଅନୁଭବ । କହିଛନ୍ତି  ଭଗବତ ଗୀତା ପଢ଼ି ଶାନ୍ତି ଅନୁଭବ କର ଏବଂ ଶାନ୍ତିରେ ରୁହ ।

କଟକ ଜିଲ୍ଲା ଜଜଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ଆସିଥିବା ସାଂସଦ ଅନୁଭବ ମହାନ୍ତି  କୋର୍ଟରେ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭଗବଦ ଗୀତା ଦେଇଛନ୍ତି । କହିଛନ୍ତି  ଭଗବଦ ଗୀତା ନିୟମିତ ପଢି ଏଥିରେ ଲେଖାଥିବା ପ୍ରତ୍ୟେକ ଶ୍ଳୋକର ଅର୍ଥ ବୁଝି ବିବାଦ ତୁଟାଇବାକୁ ନିଷ୍ପତି ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବାକୁ ଥିବାବେଳେ ବର୍ଷା ଏବେ କଣ ଉପହାର ଦେଉଛନ୍ତି ତାହାକୁ ଫ୍ୟାନମାନେ ଅପେକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ ଏସଡିଜିଏମ କୋର୍ଟ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଚାଲିଥିଲା ।

Leave A Reply

Your email address will not be published.