Latest Odisha News

ଆଜି ହେରା ପଞ୍ଚମୀ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ ଘରୁ ଶ୍ରୀ ମନ୍ଦିର କୁ ଫେରି ଆସିବେ । କିନ୍ତୁ ଦିନ ପରେ ଦିନ ଯାଇ ଯେବେ ପାଂଚ ଦିନ ବିତିଲା । ସେତେବେଳେ ମା ମହାଲକ୍ଷ୍ମୀ ରାଗି ଗଲେ । ଏବଂ ଗୁଣ୍ଡିଚା ମନ୍ଦିର ଯିବା ପାଇଁ ନିଷ୍ପତ୍ତି ନେଲେ ।

ମହାପ୍ରଭୁ ପାଞ୍ଚ ଦିନ ପର୍ଯ୍ୟନ୍ତ ନ ଫେରିବାରୁ ମା ଲକ୍ଷ୍ମୀ ଅନ୍ଧାର ରାତି ରେ ଏକ ପାଲିଙ୍କି ରେ ବସି ମାଉସୀ ମା ମନ୍ଦିର କୁ ଆସନ୍ତି. ମହାପ୍ରଭୁ ଙ୍କୁ ଗୋପନୀୟ ଭାବେ ଦର୍ଶନ କରିବା ପରେ  ଗୁଣ୍ଡିଚା ମା ଙ୍କୁ ମନ୍ଦିର ବାହାରୁ ପୂଜା କରନ୍ତି. । ଏସବୁ ରୀତି ନୀତି ଆଜି ଗୁଣ୍ଡିଚା ମନ୍ଦିରରେ କରାଯିବ ।

ଏହାପରେ ମା ଲକ୍ଷ୍ମୀ ମହାପ୍ରଭୁ ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କ୍ରୋଧ ରେ ନନ୍ଦିଘୋଷ ରଥ କୁ କ୍ଷତ କରି ଥାଆନ୍ତି ତଥା ସାରଥୀ ଙ୍କର ହାତ ଭାଙ୍ଗି ଦେଇଥାନ୍ତି । ଏସବୁ ହେଲା “ହେରା ପଞ୍ଚମୀ” ମହୋତ୍ସବ ।

Leave A Reply

Your email address will not be published.