Latest Odisha News

ଗାଁ ଲୋକଙ୍କୁ ଧନୀ କରିଦେଲେ ବ୍ୟକ୍ତି: ପ୍ରତ୍ୟେକ ପରିବାରକୁ ଦେଲେ ୫୭ ଲକ୍ଷ ଟଙ୍କା

କୋରିଆ: ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖି ହୋଇଯାଆନ୍ତି । ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଦକ୍ଷିଣ କୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଦେଶ ତଥା ବିଦେଶରେ ଖବର ହେଡଲାଇନରେ ଅଛନ୍ତି ।

ଦକ୍ଷିଣ କୋରିଆରେ ରୁହନ୍ତି ୮୨ ବର୍ଷିୟ ଲି ଜୋଙ୍ଗ-କ୍ୟୁନ୍ । ୧୯୪୧ ମସିହାରେ ଅନ୍ପିଓଙ୍ଗ ରି ଗାଁରେ ଜନ୍ମଗ୍ରହଣ କରିଥିଲେ । ୧୯୭୦ ମସିହାରେ ସେ ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏବେ ସେ ଜଣେ କୋଟିପତି । ଏହି କାରଣରୁ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କ ଗାଁ ପାଇଁ ଏପରି ଉଦାରତା ଦେଖାଇଛନ୍ତି ଯେ, ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଗାଁ ଲୋକଙ୍କୁ କୋଟି କୋଟି ଟଙ୍କା ଦାନ କରିଛନ୍ତି । ସେ ତାଙ୍କ ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କୁ ଉପହାର ସ୍ୱରୂପ ୫୭ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି । ଏହି ଗ୍ରାମରେ ୨୮୦ ପରିବାର ଏବଂ ପୂର୍ବତନ ଛାତ୍ରଙ୍କୁ ମିଶାଇ ମୋଟ ୧୫୯୬ କୋଟି ଟଙ୍କା ଦାନ କରିଛନ୍ତିି ।

ଏହା ସହିତ ଛାତ୍ରମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ବଣ୍ଟନ କରିଛନ୍ତିି । ଲି ଜୋଙ୍ଗ କହିଛନ୍ତି ଯେ, ଗାଁ ଲୋକେ ଭଲରେ ଓ ଖୁସିରେ ରହିବା ପାଇଁ ଏହି ଟଙ୍କା ଦେଇଛି । ମୁଁ ଚାହେଁ, ଯିଏ ଯେତିକି ଦିନ ରହିବ,ସେ ଭଲରେ ରହୁ । ଏହାଦ୍ୱାରା ଆମ ଗାଁର ବିକାଶ ମଧ୍ୟ ହୋଇପାରିବ ।

ଲି ଜୋଙ୍ଗଙ୍କର ମୋଟ ସମ୍ପତ୍ତି ହେଉଛି ୧.୩୧ ଲକ୍ଷ କୋଟି ଟଙ୍କା । ସେ କୋରିଆର ଶ୍ରେଷ୍ଠ ୩୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି । ଠକେଇ ଏବଂ ଟିକସ ଫାଙ୍କିବା ମାମଲାରେ ୨୦୦୪ ଏବଂ ୨୦୧୮ ମସିହାରେ ସେ ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି । ତଥାପି, ଏହା ତାଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇ ନାହିଁ ।

Comments are closed.